ଷ୍ଟାର୍କ ଗୁରୁତର ଆହତ

ପର୍ଥ: ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଗୁରୁତର ଆହତ ହୋଇଛନ୍ତି। ପର୍ଥରେ ଇଂଲଣ୍ଡ ବିପକ୍ଷ ତୃତୀୟ ଆସେସ୍‌ ଟେଷ୍ଟରେ ସୋମବାର ବୋଲିଂ କରୁଥିଲା ବେଳେ ତାଙ୍କର ଗୋଇଠିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତେବେ ଏହି ଆଘାତ ଗୁରୁତର ବୋଲି ବୁଧବାର ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତଥାପି ସେ ଦଳ ସହ ମେଲ୍‌ବର୍ନ ଯାତ୍ରା କରିଛନ୍ତି। ହେଲେ ଷ୍ଟାର୍କ ଇଂଲଣ୍ଡ ବିପକ୍ଷ ଆଗାମୀ ବକ୍ସିଂ ଡେ ଟେଷ୍ଟରେ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ଟେଷ୍ଟ ପୂର୍ବରୁ ତାଙ୍କ ଆହତ ନେଇ ସମୀକ୍ଷା କରିବା ପରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଯଦି ଷ୍ଟାର୍କ ବକ୍ସିଂ ଡେ ଟେଷ୍ଟ ନଖେଲନ୍ତି, ତେବେ ତାଙ୍କ ସ୍ଥାନରେ ଜାକ୍‌ସନ୍‌ ବାର୍ଡ ଖେଳିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର