-ଷ୍ଟ୍ରାଞ୍ଜା ସ୍ମାରକୀ ମୁଷ୍ଟିଯୁଦ୍ଧ- ଅମିତ, ନିଖତ ଓ ମୀନା କୁମାରୀଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ: ବୁଲ୍‌ଗେରିଆର ସୋଡ଼ିଆରେ ଚାଲିଥିବା ଷ୍ଟ୍ରାଞ୍ଜା ସ୍ମାରକୀ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ୩ ଭାରତୀୟ ମୁଷ୍ଟି ଯୋଦ୍ଧା ନିଖତ ଜାରିନ୍‌, ମିନା କୁମାରୀ ଦେବୀ, ଅମିତ ‌େପାଙ୍ଗଲ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମଙ୍ଗଳବାର ଫାଇନାଲ୍‌ରେ ପୂର୍ବତନ କନିଷ୍ଠ ବିଜୟିନୀ ନିଖତ ୫୧ କେଜି ବର୍ଗରେ ଫିଲିପାଇନ୍‌ସର ଈରିସ୍‌ ମାଗ୍‌ନୋଙ୍କୁ ୫-୦ରେ ଏବଂ ମୀନା କୁମାରୀ ୫୪ କେଜି ବଣ୍ଟମୱେଟ୍‌ ବର୍ଗରେ ଅନ୍ୟତମ ଫିଲିପାଇନ୍‌ସ ମହିଳା ଆଇରା ଭିଲେଗାସ୍‌ଙ୍କୁ ୩-୨ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ କବ୍‌ଜା କରିନେଇଥିଲେ। ମିନା କୁମାରୀ ଏହି ସମ୍ମାନଜନକ ପ୍ରତି‌ଯୋଗିତାର ଗତ ସଂସ୍କରଣରେ କାଂସ୍ୟ ପଦକ ପାଇଥିଲା। ପୁରୁଷ ବର୍ଗରେ ଅମିତ ପୋଙ୍ଗଲ (୪୯ କେଜି) ମଧ୍ୟ ସ୍ବର୍ଣ୍ଣ ଜିତି ନେଇଥିଲେ। ଅନ୍ୟତମ ଭାରତୀୟ ମହିଳା ମଞ୍ଜୁ ରାଣୀ (୪୮ କେଜି) ଅନ୍ୟ ଜଣେ ଫିଲିପାଇନ୍‌ସ ମହିଳା ଜୋସି ଗୁବାକୋଙ୍କ ନିକଟରୁ ୨-୩ରେ ହାରି ରୌପ୍ୟ ପଦକ ପାଇଥିଲା ବେଳେ ପୁଇଲାଓ ବସୁମତାରୀ (୬୪ କେଜି), ନୀରାଜ (୬୦ କେଜି) ଓ ଲଭ୍‌ଲିନା ବୋର୍ଗେହେଁ (୬୯ କେଜି) କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ। ଭାରତ ଏହି ପ୍ରତିଯୋଗିତାରୁ ୭ ପଦକ (୩ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୩ କାଂସ୍ୟ) ପାଇଛି। ତେବେ ୨୦୦୮‌ରେ ମୋଟ ୧୧ ପଦକ ଭାରତ ଶ୍ରେଷ୍ଠ ସଫଳତା ହୋଇ ରହିଯାଇଛି।

ସମ୍ବନ୍ଧିତ ଖବର