ଭୁବନେଶ୍ୱର: ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଷ୍ଟ୍ରଙ୍ଗ୍ମ୍ୟାନ୍ ଓଡ଼ିଶା ବିଜେତା ହରି ବେହେରା ଏବଂ ଅନ୍ୟ ବର୍ଗରେ ବିଜେତାମାନଙ୍କୁ ଉତ୍କଳ କରାଟେ ସ୍କୁଲ୍ ପକ୍ଷରୁ ସୋମବାର ସମ୍ବର୍ଧିତ କରାଯାଇଛି। ଏହି ପ୍ରତିଯୋଗିତାରେ ପ୍ରଶିକ୍ଷକ ମଳୟ ପତିଙ୍କ ତତ୍ୱବଧାନରେ ଉତ୍କଳ କରାଟ ସ୍କୁଲ୍ର ୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୧୧୦ କିଗ୍ରା ବିଭାଗର ୩ଟି ଯାକ ଇଭେଣ୍ଟ୍ରେ ହରି ବେହେରା ସ୍ୱର୍ଣ୍ଣ ଜିତି ଷ୍ଟ୍ରଙ୍ଗ୍ମ୍ୟାନ୍ ଓଡ଼ିଶା ଅଖ୍ୟା ଅର୍ଜନ କରିଥିଲେ। ୮୫ କେଜିରେ ପ୍ରକାଶ କୁମାର ବେହେରା ପ୍ରଥମ, ୭୫ କିଗ୍ରାରେ ବିଶ୍ୱଜିତ୍ ଜେନା ପ୍ରଥମ ଏବଂ ୧୧୦ କିଗ୍ରାରେ ରଂଜନ କୁମାର ସାହୁ ଦ୍ୱିତୀୟ ସ୍ଥାନରେ ରହିଥିଲେ। କରାଟେ ସ୍କୁଲ୍ର ପ୍ରତିଷ୍ଠତା ଡକ୍ଟର ହରିପ୍ରସାଦ ପଟ୍ଟନାୟକ, ଗୌରୀ ମହାନ୍ତି, ଦିଲ୍ଲୀପ କୁମାର ଜେନା, ଅନୁପମା ସ୍ୱାଇଁ, ପ୍ରଦୀପ କୁମାର ପାତ୍ର, ମିର୍ ଆଜମତ ଅଲ୍ଲୀ ପ୍ରମୁଖ ଅନ୍ୟ ଖେଳାଳିମାନଙ୍କ ସହ କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଧିତ କରିଥିଲେ।
ଷ୍ଟ୍ରଙ୍ଗ୍ମ୍ୟାନ୍ ଓଡ଼ିଶା ବିଜେତା ସମ୍ବର୍ଧିତ
/sambad/media/post_attachments/wp-content/uploads/2018/02/16-Strong-Man-Felicitation.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)