ଚଞ୍ଚଳା ଟ୍ରଫି ଜିତିଲା ଷ୍ଟଡ୍‌ କ୍ରିକେଟ୍‌ ସଂଘ

ରାଜନଗର: ରାଜନଗର ବ୍ଲକ୍‌ର ବଡ଼ପଲ୍ଲୀସ୍ଥିତ ମିନି ଷ୍ଟାଡିୟମରେ ପଲ୍ଲୀଶ୍ରୀ ଯୁବକ ସ˚ଘ ଆନୁକୂଲ୍ୟରେ ଚାଲିଥିବା ୩୭ତମ ଚଞ୍ଚଳା ଟ୍ରଫି ଫାଇନାଲ୍‌ରେ କଟକର ୟୁନିୟନ ସ୍ପୋର୍ଟି˚କୁ ଶେଷ ବଲ୍‌ରେ ହରାଇ ଜଟଣୀର ଷ୍ଟଡ୍‌ କ୍ରିକେଟ୍‌ ସଂଘ ବିଜେତା ହୋଇଛି। ଶେଷ ବଲରେ ଗୋଟିଏ ରନ୍‌ ଆବଶ୍ୟକତା ଥିବା ବେଳେ ଷ୍ଟଡ୍‌ ବ୍ୟାଟ୍ସମ୍ୟାନ ଛକା ମାରି ଦଳକୁ ବିଜୟୀ କରାଇଛନ୍ତି।
ଟସ୍‌ ଜିତି ୟୁନିୟନ ସ୍ପୋର୍ଟି˚ ପ୍ରଥମେ ବ୍ୟାଟି˚ କରିଥିବା ବେଳେ ୨୦ ଓଭରରେ ୮ ୱିକେଟ ହରାଇ ୧୯୪ ରନ ସଂଗ୍ରହ କରିଥିଲା। ଜ୍ୟୋତିର˚ଜନ ଦଳାଇ ୪୫, ସର୍ବେଶ୍ବର ମହାନ୍ତି ୫୭ ରନ୍‌ କରିଥିଲେ। ଷ୍ଟଡ୍‌ କ୍ରିକେଟ ସଂଘର ଦେବାଶିଷ ୩ ଓ ସାନମୁକ ରାଓ ୨ ୱିକେଟ୍‌ ପାଇଥିଲେ। ୧୯୫ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଷ୍ଟଡ୍‌ ୬ ୱିକେଟ ବିନିମୟରେ ବିଜୟ ଲାଭ କରିଥିଲା। ଦଳର ରବି କିରଣ ଦ୍ରୁତ ଖେଲିବାକୁ ଯାଇ ୫ ବଲ୍‌ରୁ ୨୮ ରନ ଓ ଆଇଏସ୍‌ ଗିରି ୪୫ ରନ୍‌ କରି ଦଳକୁ ଜିତାଇଥିଲେ। ୟୁନିୟନ ସ୍ପୋର୍ଟି˚ର ସର୍ବେଶ୍ବର ୨ ୱିକେଟ୍‌ ନେଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ସର୍ବେଶ୍ବର ମହାନ୍ତିଙ୍କୁ ଫାଇନାଲ୍‌ର ଶ୍ରେଷ୍ଠ ଓ ଏସ ପ୍ରବୀଣ କୁମାର ପ୍ରତିଯୋଗିତାର ଶ୍ରେଷ୍ଠ ଏବଂ ଶ୍ରେଷ୍ଠ ଅଲରାଉଣ୍ତର, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ପୁରସ୍କାର ପାଇଥିଲେ। ଅନୁରାଗ କାନୋଜିଆଙ୍କୁ ଶ୍ରେଷ୍ଠ ବୋଲର, ପ୍ରକାଶ ଝା’ଙ୍କୁ ଶ୍ରେଷ୍ଠ ୱିକେଟ୍‌ ରକ୍ଷକ ଓ ବିନାୟକ ସାହୁଙ୍କୁ ଶ୍ରେଷ୍ଠ‌ କ୍ଷେତ୍ରରକ୍ଷକ ପୁରସ୍କାର ପ୍ରଦାନ କରାଯାଇଥିଲା। ଆଇଏସ ଗିରିଙ୍କୁ ବେଷ୍ଟ୍‌ କ୍ୟାଚ ଓ ଶ୍ରେଷ୍ଠ ଅଧିନାୟକ ପୁରସ୍କାର ମିଳିଥିଲା। ଶୃଙ୍ଖଳିତ ଦଳ ଭାବେ ଷ୍ଟଡ କ୍ରିକେଟ ସଂଘକୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ଉଦ୍‌ଯାପନୀ ଉତ୍ସବରେ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟ ର˚ଜନ ପଟ୍ଟନାୟକ ମୁଖ୍ୟଅତିଥି, ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ତଥା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ ଅତିଥି ଭାବେ ଯୋଗଦେଇ ବିଜେତା ଦଳକୁ ଟ୍ରଫି ସହ ୨୫ ହଜାର ଓ ଉପବିଜେତା ଦଳକୁ ଟ୍ରଫି ସହ ୧୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। ସୁବାଷ ଚନ୍ଦ୍ର ପ୍ରଧାନ, ବ˚ଶୀଧର ସ୍ବାଇଁ, ନିରୋଦ କୁମାର ବଳ, ନିର˚ଜନ ଦାସ, ଅଭିମନ୍ୟୁ ପ୍ରଧାନ ଖେଳ ପରିଚାଳନା କରିଥିଲେ। ପଲ୍ଲିଶ୍ରୀ ଯୁବକ ସ˚ଘର ସଭାପତି ଶ୍ରୀନିବାସ ବଳ, ସ˚ପାଦକ ଅଭିମନ୍ୟୁ ପ୍ରଧାନ ଓ ଉପଦେଷ୍ଟା ଅଶୋକ କୁମାର ପ୍ରତିହାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର