ଭୁବନେଶ୍ୱର: ଦୁଃସାହସିକ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ପ୍ରତିଯୋଗୀଙ୍କ ଆଗ୍ରହ କ୍ରମେ ବଢ଼ି ବଢ଼ି ଚାଲିଛି। ଏହାକୁ ଖେଳ ଜୀବନ ଭାବେ ଗଢ଼ି ତୋଳିବାକୁ ଏବେ ଆଉ ୩ ଜଣ ଉଦୀୟମାନ ପ୍ରତିଭା ଘରୁ ପାଦ କାଢ଼ିଛନ୍ତି। ସେମାନେ ହେଲେ ଚିନ୍ମୟ ମହାରଣା, ଅନୀତା ସ୍ୱାଇଁ ଏବଂ ସସ୍ମିତା ପ୍ରଧାନ। ରାଜ୍ୟର ସର୍ବପୁରାତନ ଦୁଃସାହସିକ କ୍ରୀଡ଼ା ଅନୁଷ୍ଠାନ ଆସା (ଆସୋସିଏସନ୍ ଫର ଆଡଭେଞ୍ଚର୍ ଆଣ୍ଡ୍ ସୋସିଆଲ୍ ଆକ୍ଟିଭିଟିଜ୍) ପକ୍ଷରୁ ମନୋନୀତ ଏହି ୩ ଜଣ ଦାର୍ଜିଲିଂସ୍ଥିତ ହିମାଳୟ ପର୍ବତାରୋହଣ ପ୍ରତିଷ୍ଠାନ (ଏଚ୍ଏମ୍ଆଇ)ରେ ପ୍ରାରମ୍ଭିକ ତାଲିମ ଓ ପାଠ୍ୟକ୍ରମ ଶେଷ କରିଛନ୍ତି। ଚିନ୍ମୟ ଆଡଭାନ୍ସ ମାଉଣ୍ଟେନିୟରିଂ କୋର୍ସ (ଏଏମ୍ସି) ଏବଂ ଅନୀତା ଓ ସସ୍ମିତା ବେସିକ୍ ମାଉଣ୍ଟେନିୟରିଂ କୋର୍ସ (ବିଏମସି)କୁ ସଫଳତାର ସହ ଶେଷ କରିଛନ୍ତି। ସୂଚନାଯୋଗ୍ୟ, ସେପ୍ଟେମ୍ବର ମାସରେ ହିମାଚଳ ପ୍ରଦେଶର ମନାଲି ପର୍ବତାଞ୍ଚଳରେ ଏକ ଶୀତକାଳୀନ ଦୁଃସାହସିକ ଉତ୍ସବରେ ଏମାନେ ସାମିଲ ହୋଇ ପ୍ରାରମ୍ଭିକ ଅଭିଜ୍ଞତା ଅର୍ଜନ କରି ଆଗକୁ ବଢ଼ିଥିଲେ। ପୂର୍ବଭାରତର ପ୍ରଥମ ପୁରୁଷ ଏଭେରେଷ୍ଟ୍ ବିଜେତା ଗଣେଶ ଚନ୍ଦ୍ର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସେମାନେ ପ୍ରଶିକ୍ଷିତ ହୋଇଛନ୍ତି। ସଂଯୋଗବଶତଃ ଏଚ୍ଏମ୍ଆଇରେ ଏବେ ପ୍ରଥମ ଓଡ଼ିଆ ଭାବେ ଅନ୍ୟତମ ଏଭେରେଷ୍ଟ୍ ବିଜେତା ଦେବୀଦତ୍ତ ପଣ୍ଡା ଅଧ୍ୟକ୍ଷ ନିଯୁକ୍ତ ଥିବାରୁ ଆମକୁ କୌଣସି ଅସୁବିଧା ହେଲା ନାହିଁ ବୋଲି କହିଛନ୍ତି ଚିନ୍ମୟ।
ପର୍ବତାରୋହଣ ପାଠ୍ୟକ୍ରମ କଲେ ୩ ଓଡ଼ିଆ
/sambad/media/post_attachments/wp-content/uploads/2017/11/13-Odia-Mountaineers.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)