ଉପକନିଷ୍ଠ ଜାତୀୟ ଭଲିବଲ୍‌: ଆଜିଠୁ କ୍ବାର୍ଟର ଫାଇନାଲ୍

ଭୁବନେଶ୍ବର: କିଟ୍‌ ଭଲିବଲ୍‌ ଷ୍ଟାଡିୟମରେ ଆୟୋଜିତ ୪୧ତମ ଜାତୀୟ ଉପକନିଷ୍ଠ ଭଲିବଲ୍ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍‌ ପର୍ଯ୍ୟାୟ ବୁଧବାର ଖେଳାଯିବ। ମଙ୍ଗଳବାରର ବାଳକ ମ୍ୟାଚ୍‌ରେ କେରଳ, ରାଜସ୍ଥାନ, ମହାରାଷ୍ଟ୍ର, ଚଣ୍ଡିଗଡ, ତାମିଲନାଡୁ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଦିଲ୍ଲୀ ଆଦି ଦଳ ବିଜୟୀ ହୋଇଛନ୍ତି। ତେବେ ଓଡ଼ିଶା ଯୁଗଳ ପରାଜୟ ବରଣ କରିଛି। ଓଡ଼ିଶା ବାଳକ ୧-୩ ସେଟ୍‌ରେ ମହାରାଷ୍ଟ୍ରଠୁ ଏବଂ ବାଳିକା ୦-୩ ସେଟ୍‌ରେ ହରିଆଣା ନିକଟରୁ ହାରିଯାଇଛି। ବାଳିକା ବର୍ଗର ଅନ୍ୟ ମ୍ୟାଚଗୁଡ଼ିକରେ ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, କେରଳ, ମଧ୍ୟପ୍ରଦେଶ, ଆସାମ, ପଞ୍ଜାବ ଆଦି ଦଳ ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର