ଉପକନିଷ୍ଠ ବାଳିକା ଫୁଟ୍‌ବଲ୍‌ ଚୟନ ଶିବିର ୧ରୁ

କଟକ: ଓଡ଼ିଶା ଫୁଟବଲ୍‌ ସଂଘ (ଫାଓ) ପକ୍ଷରୁ ରାଜ୍ୟ ଉପ କନିଷ୍ଠ ବାଳିକା ଫୁଟ୍‌ବଲ ଦଳ ଚୟନ ଶିବିର ଆସନ୍ତା ଜୁନ୍‌ ୧ ତାରିଖରୁ ଆରମ୍ଭ ହେବ। ୨୦୦୩ ଜାନୁଆରି ୧ ତାରିଖ ପରଠୁ ଜନ୍ମ ହୋଇଥିବା ଖେଳାଳିମାନେ ଏହି ଶିବିର ପାଇଁ ଯୋଗ୍ୟ ବିବେଚିତ ହେବେ। ଏଥିସହିତ ଜନ୍ମ ପ୍ରମାଣ ପତ୍ର ଓ ଶାରୀରିକ ଦକ୍ଷତା ପ୍ରମାଣପତ୍ର ସହିତ ଆଗ୍ରହୀ ଖେଳାଳିମାନେ ୧ ତାରିଖରେ ବାରବାଟୀ ଷ୍ଟାଡିୟମସ୍ଥିତ ସଂଘ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯାଇଛି। ମନୋନୀତ ହେବାକୁଥିବା ଖେଳାଳିମାନେ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର