ଭୁବନେଶ୍ୱର: ଉଦୀୟମାନ ଓଡ଼ିଆ ଫୁଟ୍ବଲ୍ ପ୍ରତିଭା ଶୁଭମ ଷଡ଼ଙ୍ଗୀଙ୍କ ଖେଳ ଜୀବନ ନୂଆ ମୋଡ଼ ନେଇଛି। ଗତବର୍ଷ କନିଷ୍ଠ ଫିଫା ବିଶ୍ୱକପ୍ ଦଳରୁ ଶେଷ ମୁହୂର୍ତରେ ବଞ୍ଚିତ ଏହି ଫରଓ୍ଵାର୍ଡ ଏବେ କାତାରର ଦୋହାରେ ୪ ମାସ ଧରି ସ୍ୱତନ୍ତ୍ର ତାଲିମ ନେବାକୁ ଗସ୍ତ କରିଛନ୍ତି। ସେଠାକାର ପ୍ରତିଷ୍ଠିତ ଅନୁଷ୍ଠାନ ଆସ୍ପାୟର ଏକାଡେମି ସହ ଚୁକ୍ତିବଦ୍ଧ ହୋଇ ଏଭଳି ତାଲିମ ନେବାକୁ ଯାଇଛନ୍ତି ଆଇଏସ୍ଏଲ୍ ଦଳ ଦିଲ୍ଲୀ ଡାଇନାମସ୍ର ଏହି ନବ ଚୁକ୍ତିବଦ୍ଧ ୧୭ ବର୍ଷୀୟ ଖେଳାଳି। ଆସ୍ପାୟାର୍ ଏକାଡେମିରେ ଥିବା ବିଶ୍ୱସ୍ତରୀୟ ତାଲିମ ସୁବିଧା ଏବଂ ପ୍ରଶିକ୍ଷଣର ଫାଇଦା ପାଇବେ ଏହି ଯୁବ ଅନ୍ତର୍ଜାତୀୟ ତାରକା। ‘ଏହା ଏକ ଚମତ୍କାର ସୁଯୋଗ ଏବଂ ମୁଁ ଏହି ୪ ମାସରୁ ସର୍ବାଧିକ ଫାଇଦା ନୋବାକୁ ଚେଷ୍ଟା କରିବି’ ବୋଲି ଶୁଭମ୍ ଦୋହା ଗସ୍ତ ପୂର୍ବରୁ ପ୍ରକାଶ କରିଛନ୍ତି। ଏଭଳି ସୁବିଧା ଅଧିକ ଭାରତୀୟଙ୍କୁ ମିଳିନଥାଏ, ଏହା ମୋ ପାଇଁ ଏକ ଶିକ୍ଷଣୀୟ ଅଭିଯାନ ହେବ। ଦିଲ୍ଲୀ ଡାଇନାମସ୍ ଶିବିରରେ ଆସ୍ପାୟାର୍ ପ୍ରଶିକ୍ଷକମାନେ ଶିଖାଉଥିଲେ। ସେମାନଙ୍କ ଷ୍ଟାଇଲ୍ ଫୁଟ୍ବଲ୍ ଭଲ ବୋଲି କହିଥିଲେ ଶୁଭମ୍। ଦିଲ୍ଲୀ ଡାଇନାମସ୍ର ଟେକନିକାଲ୍ ପାର୍ଟନର୍ ଭାବେ କାର୍ଯ୍ୟ କରୁଥିବା ଆସ୍ପାୟାର୍ ଏକାଡେମି ବିଶ୍ୱର ଅନ୍ୟତମ ବିଶ୍ୱସନୀୟ ଫୁଟ୍ବଲ୍ ଅନୁଷ୍ଠାନ। ରିୟଲ୍ ମାଡ୍ରିଡ୍ ଏବଂ ବେୟର୍ନ ମ୍ୟୁନିକ୍ ଭଳି ବଡ଼ ଦଳ ଏଠାରୁ ବୟସ ବର୍ଗର ଖେଳାଳିଙ୍କୁ ନେବାର ଅନେକ ଉଦାହରଣ ରହିଛି। ଶୁଭମ୍ ସେଠାରେ ଅଭିଜ୍ଞ ପ୍ରଶିକ୍ଷକଙ୍କ ଅଧୀନରେ ସପ୍ତାହକୁ ୬ରୁ ୮ ପ୍ରଶିକ୍ଷଣ ଅଧିବେଶନରେ ସାମିଲ ହେବେ।
ଦୋହାରେ ତାଲିମ ନେବେ ଶୁଭମ୍
/sambad/media/post_attachments/wp-content/uploads/2018/02/6-shubham-sarangi-delhi-dynamos_1523g4kwc005w1tpgnmii8f10s.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)