କଟକ: ରାଞ୍ଚିରେ ଖେଳାଯାଇଥିବା ୨୩ ବର୍ଷରୁ କମ୍ ପୂର୍ବାଞ୍ଚଳ ଦିନିକିଆ କ୍ରିକେଟ୍ରେ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଶତକ ଓ ସନ୍ଦୀପ ପଟ୍ଟନାୟକଙ୍କ ଅର୍ଧଶତକ ବଳରେ ଓଡ଼ିଶା ପୁଣି ଥରେ ବିଜୟୀ ହୋଇଛି। ଆସାମ ବିପକ୍ଷ ଏହି ମ୍ୟାଚ୍କୁ ଓଡ଼ିଶା ୧୩ ରନ୍ରେ ଜିତି ନେଇଛି। ଟସ୍ ଜିତି ବ୍ୟାଟିଂ ନେଇଥିବା ଓଡ଼ିଶା ପକ୍ଷରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରାଜେଶ ଧୂପର (୫) ଓ ଦେବାଶିଷ ସାମନ୍ତରାୟ (୧୧) ଖୁବ୍ଶୀଘ୍ର ଆଉଟ୍ ହୋଇଯିବାରୁ ସନ୍ଦୀପ ଓ ଶୁଭ୍ରାଂଶୁ ନିଜ କାନ୍ଧକୁ ଦାୟିତ୍ୱ ନେଇଥିଲେ। ଉଭୟ ପାଖାପାଖି ୨୮ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲା ବେଳେ ୧୭୧ ରନ୍ ଯୋଡ଼ିଥିଲେ। ୩୪ତମ ଓଭରରେ କଲାମ ରାଇଜା ଏହି ଯୋଡ଼ିକୁ ଭାଙ୍ଗିଥିଲେ। ସନ୍ଦୀପ ୭୧ ରନ୍ରେ ଆଉଟ୍ ହେବାର ଦୁଇ ଓଭର ବ୍ୟବଧାନରେ ଶତକ ପୂରଣ କରିସାରିଥିବା ଶୁଭ୍ରାଂଶୁ (୧୦୭ ରନ୍) ମଧ୍ୟ ପାଭିଲିଅନ୍ ଫେରିଯାଇଥିଲେ। ଏହି ଦୁଇଜଣଙ୍କ ପରେ ଦେବେନ୍ଦ୍ର କୁଅଁର (୪୫) ଓ ରଂଜିତ ପାଇକରାୟ (୪୮*) ଓଡ଼ିଶା ରନ୍କୁ ୩୦୦ ପାଖରେ ପହଞ୍ଚାଇଥିଲେ। ଓଡ଼ିଶା ପାଳି ୬ ଓ୍ଵିକେଟ୍ ବିନିମୟରେ ୩୧୧ ରନ୍ରେ ପହଞ୍ଚିଥିଲା। ଜବାବରେ ଆସାମ ମଧ୍ୟ ଦମ୍ଦାର ପ୍ରଦର୍ଶନ କରି ବିଜୟର ନିକଟତର ହୋଇଥିଲା। ହେଲେ ଦଳ ୮ ଓ୍ଵିକେଟ ବିନିମୟରେ ୨୯୮ ରନ୍ରେ ଅଟକି ଯାଇଥିଲା। ପ୍ରସନ୍ନଜିତ ସରକାର ୫୨, ହୃଷିକେଶ ତାମୁଲି ୫୬, ମୁଜିବୁର ଅଲ୍ଲୀ ୪୧, ରୋମାରିଓ ଶର୍ମା ୩୧ ଓ ଅଭିଷେକ ଠାକୁରୀ ୨୩ ରନ୍ କରିଥିଲେ ବି ଆସାମ ବିଜୟଠୁ ୧୩ ରନ୍ ଦୂରରେ ରହିଯାଇଥିଲା। ଓଡ଼ିଶା ପକ୍ଷରୁ ଆଶୁତୋଷ ଦାସ ଓ ରାଜକିଶନ ପଟେଲ ୩ ଓ୍ଵିକେଟ୍ ଲେଖାଏଁ ନେଇଥିଲେ।
ଶୁଭ୍ରାଂଶୁ ଦେଲେ ହ୍ୟାଟ୍ରିକ୍ ବିଜୟ
୨୩ ବର୍ଷରୁ କମ୍ ଦିନିକିଆ କ୍ରିକେଟ୍
/sambad/media/post_attachments/wp-content/uploads/2018/01/cricket_11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)