କଟକ: ରାଞ୍ଚିରେ ଚାଲିଥିବା ୨୩ ବର୍ଷରୁ କମ୍ ପୂର୍ବାଞ୍ଚଳ ଦିନିକିଆ କ୍ରିକେଟ୍ରେ ଓଡ଼ିଶା କ୍ରମାଗତ ବିଜୟ ହାସଲ କରିଛି। ବିଜୟୀ ହୋଇଛି। ମଙ୍ଗଳବାର ପ୍ରଥମ ମ୍ୟାଚରେ ଝାଡ଼ଖଣ୍ଡକୁ ୭ ଓ୍ଵିକେଟ୍ରେ ହରାଇ ଦେଇଥିବା ଓଡ଼ିଶା ଗୁରୁବାର ଦ୍ୱିତୀୟ ମ୍ୟାଚ୍ରେ ବେଙ୍ଗଲକୁ ୫୨ ରନ୍ରେ ପରାସ୍ତ କରି ଲଗାତାର ଦ୍ୱିତୀୟ ବିଜୟ ପାଇଛି।
ବେଙ୍ଗଲ ବିପକ୍ଷରେ ଟସ୍ ଜିତି ଓଡ଼ିଶା ପ୍ରଥମେ ବ୍ୟାଟିଂ କରିଥିଲା। ଝାଡ଼ଖଣ୍ଡ ବିପକ୍ଷରେ ଅପରାଜିତ ୭୬ ରନ୍ କରିଥିବା ଅଧିନାୟକ ଶୁଭ୍ରାଂଶୁ ସେନାପତି ବେଙ୍ଗଲ ବିପକ୍ଷରେ ବି ଚମତ୍କାର ପାଳି ଖେଳିଥିଲେ। ବେଙ୍ଗଲ ବିପକ୍ଷରେ ସେ ଅପରାଜିତ ଶତକ (୧୪୩*) ହାସଲ କରିବାରୁ ଓଡ଼ିଶା ୭ ଓ୍ଵିକେଟ ହରାଇ ୨୯୮ ରନ୍ କରିଥିଲା। ଦେବାଶିଷ ସାମନ୍ତରାୟ ୧୭ ଓ ସନ୍ଦୀପ ପଟ୍ଟନାୟକ ୧୪ ରନ୍ରେ ଆଉଟ ହୋଇଥିଲା ବେଳେ ରାଜେଶ ଧୂପରଙ୍କୁ ସାଥୀ କରି ଶୁଭ୍ରାଂଶୁ ଦଳର ପାଳିକୁ ୨୦୦ ରନ୍ ପାର୍ କରାଇଥିଲେ। ତେବେ ରାଜେଶ (୮୧ ରନ୍) ଶତକରୁ ବଞ୍ଚିତ ହୋଇଥିଲା ବେଳେ ଶୁଭ୍ରାଂଶୁ ଶେଷ ପର୍ଯ୍ୟନ୍ତ କ୍ରିଜ୍ରେ ରହି ସ୍କୋର୍ ୩୦୦ ପାଖାପାଖି ପହଞ୍ଚାଇ ଦେଇଥିଲେ। ମଧ୍ୟକ୍ରମରେ ରଂଜିତ ପାଇକରାୟ ୨୧ ରନ୍ର ଯୋଗଦାନ ଦେଇଥିଳେ। ଜବାବରେ ବେଙ୍ଗଲ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୨ ରନ୍ ଭିତରେ ୫ ଓ୍ଵିକେଟ ହରାଇଥିଲା। ହେଲେ ମଧ୍ୟକ୍ରମରେ ଶୁଭଙ୍କର ବଳ ଓ ଟି ପରମାଣିକ ୧୬୪ ରନ୍ ଯୋଡ଼ି ଆଶା ଦେଇଥିଲେ। ପରମାଣିକ ୯୪ ରନ୍ରେ ଆଉଟ ହୋଇଯାଇଥିଲା ବେଳେ ଶୁଭଙ୍କର ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ୧୦୬ ରନ୍ରେ ଅପରାଜିତ ରହିଥିଲେ। ବେଙ୍ଗଲ ୭ ଓ୍ଵିକେଟ୍ ବିନିମୟରେ ୨୪୬ ରନ୍ କରିପାରିଥିଲା। ଓଡ଼ିଶା ପାଇଁ ଦେବବ୍ରତ ପ୍ରଧାନ ୪ ଓ ଶୁଭମ୍ ନାୟକ ୨ ଓ୍ଵିକେଟ ଅକ୍ତିଆର କରିଥିଲେ।
ଶୁଭ୍ରାଂଶୁଙ୍କ ଶତକ, ଓଡ଼ିଶା ୫୨ ରନ୍ରେ ବିଜୟୀ
/sambad/media/post_attachments/wp-content/uploads/2018/01/10-Suvranshu-Senapati.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)