ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍ ୨୦୨୫ ଫେବ୍ରୁଆରି ପାଇଁ ଆଇସିସି ମାସର ଶ୍ରେଷ୍ଠ ଖେଳାଳି (ପ୍ଲେୟର ଅଫ ମନ୍ଥ) ଭାବେ ମନୋନୀତ ହୋଇଛନ୍ତି। ସେ ଏହି କ୍ଷେତ୍ରରେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଓ ନ୍ୟୁଜିଲାଣ୍ଡର ଗ୍ଲେନ୍ ଫିଲିପ୍ସଙ୍କୁ ପଛରେ ପକାଇ ଏହି ପୁରସ୍କାର ହାସଲ କରିଛନ୍ତି। ଆଇସିସି ପକ୍ଷରୁ ଶୁଭମନ ଗିଲଙ୍କୁ ତୃତୀୟ ଥର ପାଇଁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଶୁଭମନ ଗିଲଙ୍କ ବ୍ୟାଟିଂ ଚମତ୍କାର ପ୍ରଦର୍ଶନ ଥିଲା। ଟିମ୍ ଇଣ୍ଡିଆର ବିଜୟରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।
ଫେବ୍ରୁଆରି ମାସରେ ଶୁଭମନଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା । ଏହି ମାସରେ ସେ ମୋଟ ୪୦୬ ରନ୍ କରିଥିଲେ, ଯେଉଁଥିରେ ଭାରତ ବନାମ ଇଂଲଣ୍ଡ ଦିନିକିଆ ଶୃଙ୍ଖଳା ଏବଂ ଚାମ୍ପିୟନ୍ସ ଟ୍ରଫିର ପ୍ରାରମ୍ଭିକ ମ୍ୟାଚ୍ ସାମିଲ ଥିଲା ।
ଫେବ୍ରୁଆରି ମାସରେ ଶୁଭମନଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା । ଏହି ମାସରେ ସେ ମୋଟ ୪୦୬ ରନ୍ କରିଥିଲେ, ଯେଉଁଥିରେ ଭାରତ ବନାମ ଇଂଲଣ୍ଡ ଦିନିକିଆ ଶୃଙ୍ଖଳା ଏବଂ ଚାମ୍ପିୟନ୍ସ ଟ୍ରଫିର ପ୍ରାରମ୍ଭିକ ମ୍ୟାଚ୍ ସାମିଲ ଥିଲା । ଏହି ସମୟରେ ଶୁଭମନ ଗିଲଙ୍କ ଷ୍ଟ୍ରାଇକ୍ ରେଟ୍ ଓ ବ୍ୟାଟିଂ ଆଭରେଜ୍ ଉଲ୍ଲେଖନୀୟ ରହିଥିଲା। ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ୩ଟି ଦିନିକିଆରେ ଶୁଭମନ ଗିଲ୍ ପ୍ରତ୍ୟେକ ଥର ୫୦ରୁ ଅଧିକ ରନ୍ କରିଥିଲେ। ଏହାପରେ ଚାମ୍ପିୟନ୍ସ ଟ୍ରଫିରେ ନିଜର ପ୍ରଥମ ମ୍ୟାଚ୍ ପାଇଁ ପଡ଼ିଆକୁ ଓହ୍ଲାଇଥିବା ବେଳେ ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚରେ ଶତକ ହାସଲ କରି ନିଜର ଫର୍ମ ଘୋଷଣା କରିଥିଲେ। ତେବେ ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲ ଓ ଫାଇନାଲ ମ୍ୟାଚରେ ଶୁଭମନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/02/09/RXTRHf30hVD4uoyjUSV7.jpg)