ଭୁବନେଶ୍ବର: ଓଡ଼ିଶାର ଅନ୍ତର୍ଜାତୀୟ ଟେନିସ୍ ପ୍ରଶିକ୍ଷକ ଶୁଭ୍ରାଂଶୁ ଚରଣ ଷଡ଼ଙ୍ଗୀଙ୍କ ନେତୃତ୍ବରେ କାତାର ଗସ୍ତ କରିଥିବା ଭାରତୀୟ ଯୁବ ଦଳ ପୁଣି ଥରେ ଚମକ ଦେଖାଇଛି। କାତାରରେ ଅନୁଷ୍ଠିତ ୧୪ ବର୍ଷରୁ କମ୍ ଏସିଆନ୍ ଟିମ୍ କପ୍ରେ ଭାରତୀୟ ଦଳ କାଂସ୍ୟ ପଦକ ଜିତିବାରେ ସକ୍ଷମ ହୋଇଛି। ଗ୍ରୁପ୍ ପର୍ଯ୍ୟୟରେ ଶୀର୍ଷରେ ରହିଥିବା ଭାରତୀୟ ଯୁବ ଦଳ ଏଲିମିନେସନ୍ ରାଉଣ୍ଡ୍ରେ ଶ୍ରୀଲଙ୍କାକୁ ୨-୦ରେ ପରାସ୍ତ କରି ଏହି ଗୌରବ ଆଣିଛି। ଶ୍ରୀ ଷଡ଼ଙ୍ଗୀଙ୍କ ତତ୍ବାବଧାନରେ କାତାର ଗସ୍ତ କରିଥିବା ଏହି ଦଳରେ ରୁଷିଲ ଖୋସଲା, ମାନସ ଧାମନେ, ଅରୁଣାଭ ମଜୁମଦାର, ଅଗ୍ରିୟା ଯାଦବ (ଅଧିନାୟକ) ସାମିଲ ଥିଲେ। ବିଗତ ବର୍ଷମାନଙ୍କରେ ମଧ୍ୟ ଭାରତୀୟ ଯୁବ ଦଳ ଏସିଆନ୍ ଟିମ୍ କପ୍ରେ ପଦକ ଜିତିଥିଲେ।
ସୂଚନାଯୋଗ୍ୟ, ଏସ୍ଏସ୍ ଟେନିସ୍ ଏକାଡେମିର ମୁଖ୍ୟର ପ୍ରଶିକ୍ଷକ ଶ୍ରୀ ଷଡ଼ଙ୍ଗୀଙ୍କଠାରୁ ତାଲିମ ନେଇ ରାଜ୍ୟର ବହୁ ଖେଳାଳି ସଫଳତାର ଶୀର୍ଷକୁ ଚଢ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/d7tjtsd98j98dst7jd65gj465dg4jdg654j65gd4j65dg74j68dgtudgjdgjdj.jpg)