ଦେଓଧର ଟ୍ରଫି ଫାଇନାଲ୍‌ର ଯୁବ ଅଧିନାୟକ, କୋହଲିଙ୍କ କୀର୍ତ୍ତିମାନ ଭାଙ୍ଗିଲେ ଶୁବମନ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ଭବିଷ୍ୟତର ତାରକା କୁହାଯାଉଥିବା ଶୁବମନ୍ ଗିଲ୍‌ ସୋମବାର ନୂଆ କୀର୍ତ୍ତିମାନ କରିଛନ୍ତି। ସେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ୧୦ ବର୍ଷର ପୁରୁଣା କୀର୍ତ୍ତିମାନ ଭାଙ୍ଗି ଦେଇଛନ୍ତି। ଦେଓଧର ଟ୍ରଫି ଫାଇନା‌ଲ୍‌ରେ ନେତୃତ୍ବ ନେବାରେ ଶୁବମନ ସର୍ବକନିଷ୍ଠ ଅଧିନାୟକ ହୋଇଛନ୍ତି। ପୂର୍ବରୁ ୨୦୦୯-୧୦ ଋତୁ ଫାଇନାଲରେ କୋହଲି ୨୧ ବର୍ଷ ୧୪୨ ଦିନ ବୟସରେ ଉତ୍ତରାଞ୍ଚଳର ନେତୃତ୍ବ ନେଇଥି‌ଲେ। ଶୁବମନ ୨୦ ବର୍ଷ ୫୭ ଦିନରେ ଅଧିନାୟକତ୍ବ କରି ତାଙ୍କୁ ଟପିଛନ୍ତି। ଶୁବମନଙ୍କ ବ୍ୟକ୍ତିଗତ କୀର୍ତ୍ତିମାନ ସତ୍ତ୍ବେ ତାଙ୍କ ଦଳ ‘ଇଣ୍ଡିଆ-ସି’ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା।

ସମ୍ବନ୍ଧିତ ଖବର