ଭୁବନେଶ୍ୱର: ରାଞ୍ଚିରେ ଆୟୋଜିତ ଷ୍ଟିଭ୍ ଡେଭିସ୍ କପ୍ରେ ଓଡ଼ିଶା କ୍ୟୁ ତାରକା ସୁବ୍ରତ ଦାସ ଇତିହାସ ରଚିଛନ୍ତି। ଏହି ପ୍ରତିଯୋଗିତାର ତିନିଟିଯାକ ଫର୍ମାଟ୍ (ବିଲିୟାର୍ଡସ୍, ୧୦-ରେଡ୍ ସ୍ନକର ଓ ୬-ରେଡ୍ ସ୍ନକର)ରେ ବିଜେତା ହୋଇ ହ୍ୟାଟ୍ରିକ୍ ଟ୍ରଫି ଜିତିବାର ବିରଳ ସଫଳତା ହାତେଇଛନ୍ତି। ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଗୋଟିଏ ସପ୍ତାହ ମଧ୍ୟରେ ହିଁ ସୁବ୍ରତ ତିନିଟିଯାକ ଟ୍ରଫି କରାୟତ କରିଛନ୍ତି। ପ୍ରଥମେ ବିଲିୟାର୍ଡସ୍, ପରେ ୧୦-ରେଡ୍ ସ୍ନକର ଓ ଶେଷରେ ୬-ରେଡ୍ ସ୍ନକର ବିଜେତା ହୋଇଛନ୍ତି। ବିଲିୟାର୍ଡସ୍ରେ ୟାଶ୍ କିଙ୍ଗରଙ୍କୁ ପରାସ୍ତ କରିଥିବା ସୁବ୍ରତ ଉଭୟ ସ୍ନକର ୧୦-ରେଡ୍ ଓ ୬-ରେଡ୍ରେ ନିଜ ରାଜ୍ୟର ସୌଭାଗ୍ୟ ବେହେରାଙ୍କୁ ପରାସ୍ତ କରିଥିଲେ। ୧୦-ରେଡ୍ରେ ୪-୩ ଓ ୬-ରେଡ୍ରେ ୫-୦ରେ ସୌଭାଗ୍ୟଙ୍କୁ ପରାସ୍ତ କରିଥିଲେ ସୁବ୍ରତ। ଫଳରେ ବିଲିୟାର୍ଡସ୍କୁ ଛାଡ଼ି ସ୍ନକରରେ ଦୁଇଟିଯାକ ଟ୍ରଫି (ବିଜେତା ଓ ଉପବିଜେତା) ଓଡ଼ିଶାକୁ ମିଳିଥିଲା। ତିନିଟିଯାକ ଓପନ୍ ଟ୍ରଫି ବିଜେତା ସୁବ୍ରତ ୧୦,୦୦୦ ଲେଖାଏଁ ପୁରସ୍କାର ରାଶି ପକେଟସ୍ଥ କରିଥିଲା ବେଳେ ସୌଭାଗ୍ୟ ଉପବିଜେତା ଭାବେ ୪୦୦୦ ଲେଖାଏଁ ଟଙ୍କା ପାଇଥିଲେ। ପୁଣି ସର୍ବାଧିକ ବ୍ରେକ୍ ପଏଣ୍ଟ୍ ପାଇଁ ସ୍ନୁକର (୭୪)ରେ ୫୦୦୦ ଏବଂ ବିଲିୟାର୍ଡସ୍ (୫୦)ରେ ୨୦୦୦ ଟଙ୍କା ପୁରସ୍କାର ସୁବ୍ରତ ପାଇଥିଲେ। ରାଜ୍ୟ ବାହାରେ ଏହି ଐତିହାସିକ ସଫଳତା ପାଇଁ ସୁବ୍ରତ ଏବଂ ତାଙ୍କ ସାଥୀ ସୌଭାଗ୍ୟଙ୍କୁ ଓଡ଼ିଶା ବିଲିୟାର୍ଡସ୍ ଓ ସ୍ନକର ସଂଘର ସଭାପତି ତାରା ପଟ୍ଟନାୟକ, ସଂପାଦକ ଶ୍ରୀମୟ କର ଅଭିନନ୍ଦନ ଜଣାଇଥିଲା ବେଳେ ଗୋବିନ୍ଦ ଶର୍ମା ପ୍ରଶଂସା କରିଛନ୍ତି।
ଇତିହାସ ରଚିଲେ ସୁବ୍ରତ
ଷ୍ଟିଭ୍ ଡେଭିସ୍ କପ୍ରେ ଜିତିଲେ ହ୍ୟାଟ୍ରିକ୍ ଟ୍ରଫି
/sambad/media/post_attachments/wp-content/uploads/2018/08/4-Subrat-Das-creates-History-Winning-Hattrick-Titles.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)