କଟକ: ଗୋଲ୍ଡେନ୍ କିଙ୍ଗ ସ୍ନୁକର କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟ ଓପନ ସ୍ନୁକର ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଛି। ଫାଇନାଲ୍ରେ ସୁବ୍ରତ ଦାସ ୬-୩ରେ ଆକାଶ ମହାପାତ୍ରଙ୍କୁ ପରାସ୍ତ କରି ବିଜେତା ହୋଇଛନ୍ତି। ସେମିଫାଇନାଲ୍ରେ ସୁବ୍ରତ ୫-୨ରେ ନିଶାନ୍ତ ବିଶ୍ବାଳଙ୍କୁ ଓ ଆକାଶ ୫-୪ରେ ସୌଭାଗ୍ୟ ବେହେରାଙ୍କୁ ପରାସ୍ତ କରିଥିଲେ। ଶେଷରେ ଗୋଲ୍ଡେନ୍ କିଙ୍ଗ ସ୍ନୁକର କ୍ଲବ୍ର ମୁଖ୍ୟ ଜ୍ଞାନ ର˚ଜନ ବେହେରା ଉଭୟ ବିଜେତା ଓ ଉପ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବିଜେତାଙ୍କୁ ଟ୍ରଫି ସହ ୨୦,୦୦୦ ଟଙ୍କା ଓ ଉପ ବିଜେତାଙ୍କୁ ଟ୍ରଫି ସହ ୧୦,୦୦୦ ଟଙ୍କା ପୁରସ୍କାର ଦିଆଯାଇଥିଲା।
ରାଜ୍ୟ ଓପନ ସ୍ନୁକରରେ ସୁବ୍ରତ ବିଜେତା
/sambad/media/post_attachments/wp-content/uploads/2019/12/dh54fsh56fsh56fs4h65sf4h65sf4h65sf4h56sfhsssssssssss.jpg)