ବିଗତ କିଛି ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ନିଜକୁ ଜଣେ ବିଶ୍ୱ ସ୍ତରୀୟ ଟେଷ୍ଟ୍ ଖେଳାଳିରେ ପରିଣତ କରି ସାରିଛନ୍ତି। ହେଲେ ଅନେକ ବିତର୍କିତ ନିଷ୍ପତ୍ତି ପାଇଁ ନିଜ ସଫଳତା ଅପେକ୍ଷା ବିବାଦ ପାଇଁ ସେ ଅଧିକ ଚର୍ଚାକୁ ଆସିଛନ୍ତି। ଅଣପାରମ୍ପରିକ ଶୈଳୀ ସହ ଅସାଧାରଣ ବ୍ୟାଟିଂ ଦକ୍ଷତା ପାଇଁ ସ୍ମିଥ୍ଙ୍କୁ ଅନେକ ସମୟରେ କିମ୍ବଦନ୍ତୀ କ୍ରିକେଟର ଡନ୍ ବ୍ରାଡମ୍ୟାନଙ୍କ ସହ ତୁଳନା କରାଯାଏ। ହେଲେ କେପଟାଉନ ଟେଷ୍ଟ୍ରେ ସେ କରିଥିବା ବଲ୍ ବିକୃତୀକରଣ ଷଡ଼ଯନ୍ତ୍ରରେ ସମଗ୍ର ଦଳକୁ ସଂଶ୍ଳିଷ୍ଟ କରିବା ପରେ କ୍ରିକେଟ୍ପ୍ରେମୀ ତାଙ୍କୁ ‘ଠକ’ର ଆଖ୍ୟା ଦେଲେଣି। ଜଣେ ଲେଗ୍ସ୍ପିନର ସହ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍ ଭାବେ ଖେଳ ଜୀବନ ଆରମ୍ଭ କରିଥିବା ସ୍ମିଥ୍ ପରେ ନିଜ ବ୍ୟାଟିଂ ଶୈଳୀରେ ପରିବର୍ତନ ଆଣି ଅଜସ୍ର ସଫଳତା ସାଉଣ୍ଟିଥିଲେ। ଏପରିକି ମାତ୍ର ୨୬ ବର୍ଷ ବୟସରେ ସେ ମାଇକେଲ୍ କ୍ଲାର୍କଙ୍କ ଉତ୍ତରାଧିକାରୀ ଭାବେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ। ହେଲେ ୨୦୧୫ରୁ କଙ୍ଗାରୁ ଦଳର ନେତୃତ୍ୱ ଭାର ନେବା ପରେ ସେ ଅନେକ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି। ଏପରିକି ଭାରତ ଗସ୍ତରେ ମଧ୍ୟ ସେ ଅମ୍ପାୟାରଙ୍କୁ ଚକ୍ମା ଦେବାକୁ ଚେଷ୍ଟା କରି ଧରା ପଡ଼ିଥିଲେ। ବେଙ୍ଗାଲୁରୁରେ ଖେଳା ଯାଇଥିବା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ବେଳେ ରିଭ୍ୟୁ ନେବେ କି ନନେବେ ତାହା ଜାଣିବା ଲାଗି ନିଜ ଡ୍ରେସିଂ ରୁମରୁ ସହାୟତା ଲୋଡ଼ିଥିଲେ। ଯାହା ସେତେବେଳେ ଏକ ବିରାଟ ବିବାଦର ଆକାର ନେଇଥିଲା। ଏହାଛଡ଼ା ପଡ଼ିଆ ଭିତରେ ମଧ୍ୟ ସେ ଅନେକ ଥର ପ୍ରତିପକ୍ଷ ଖେଳାଳିଙ୍କ ସହ ଯୁକ୍ତି ତର୍କ କରି ଧରା ପଡ଼ିଛନ୍ତି। ୨୦୧୬ କ୍ରିଷ୍ଟଚର୍ଚ ଟେଷ୍ଟ ବେଳେ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ଯୁକ୍ତିତର୍କ କରି ସେ ଦଣ୍ଡିତ ହୋଇଥିଲେ। ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ ଓ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରବାଦାଙ୍କ ସହ ମଧ୍ୟ ସେ ପଡ଼ିଆ ଭିତରେ ମୁହାଁ ମୁହିଁ ହୋଇଥିଲେ।
ସଫଳ ବ୍ୟାଟ୍ସମ୍ୟାନ୍, ବିବାଦୀୟ ଅଧିନାୟକ
ଭାରତରେ ଡ୍ରେସିଂ ରୁମ୍ରୁ ସହାୟତା, ଦକ୍ଷିଣ ଆଫ୍ରିକାରେ ବଲ୍ ବିକୃତ
/sambad/media/post_attachments/wp-content/uploads/2018/03/12-Smith.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)