ଭୁବନେଶ୍ୱର: ସ୍ୱତନ୍ତ୍ର ପ୍ରଦେଶ ଗଠନକୁ ୮୨ ବର୍ଷ ପୂର୍ତ୍ତି ହୋଇଛି। ବିଭିନ୍ନ କ୍ଷେତ୍ରରେ ଓଡ଼ିଶା କେତେ ଆଗେଇଛି ଓ କ’ଣ ବିଶେଷ ଉବଲବ୍ଧମାନ କରିଛି। ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ କେତେ ଆଗେଇଛି, ଆଉ କ’ଣ ସବୁ ବିଶେଷ ଉପଲବ୍ଧି ହାସଲ କରିଛି ତାହାର ବିଶ୍ଲେଷଣ ଉଦ୍ଦେଶ୍ୟରେ ରବିବାର ନିର୍ଭୟ ପକ୍ଷରୁ ଏକ ବିଶେଷ କ୍ରୀଡ଼ା ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ‘୮୨ ବର୍ଷର ଓଡ଼ିଶା କ୍ରୀଡ଼ା-ସଫଳ ଖେଳାଳି ଓ ସଫଳ ଅଧ୍ୟାୟ’ ଶୀର୍ଷକ ଏହି ଆଲୋଚନାଚକ୍ରରେ ପାଗଳାମି ଖେଳରେ ସଫଳତା ଲାଗି ଗଲ ବୋଲି କହିଥେିଲ ଏକାଧିକ ବକ୍ତା। ବହୁ ବିଶିଷ୍ଟ ଖେଳାଳି, ଖେଳ ପ୍ରଶାସକ ଏବଂ ଖେଳ ସାମ୍ବାଦିକଙ୍କ ଉପସ୍ଥିତିରେ ବେଶ ରୋଚକ ରହିଥିଲା ସ୍ମୃତିଚାରଣ। ପଦ୍ମଶ୍ରୀ ଦିଲ୍ଲୀପ ତିର୍କି, କ୍ରିକେଟର୍ ଦେବାଶିଷ ମହାନ୍ତି, ଧାବିକା ଅନୁରାଧା ବିଶ୍ୱାଳ,ଏଭରେଷ୍ଟ ବିଜେତା ଗଣେଶ ଜେନା, ଚେସ୍ ତାରକା ସ୍ୱୟଂଶୁ ସତ୍ୟପ୍ରଜ୍ଞ ଏବଂ ଯୁବ ତାରକା ଆଂଶିକା ରାଉତରାୟ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନିର୍ଭୟ ସମ୍ପାଦକ ନବୀନ ଦାସ ବିଶିଷ୍ଟ ଖେଳାଳିଙ୍କୁ ସ୍ୱାଗତ କରିବା ପରେ ଆରମ୍ଭ ହୋଇଥିଲା ସ୍ମୃତିଚାରଣର ପର୍ବ। ପୂର୍ବତନ ସହକାରୀ କ୍ରୀଡ଼ା ନିର୍ଦ୍ଦେଶକ ଅଶୋକ ମହାନ୍ତି ଏବଂ ଓଡ଼ିଶା ଫୁଟ୍ବଲ୍ ସଂଘର ଉପସଭାପତି ଭକ୍ତ ବଲ୍ଲଭ ଦାସ ୧୯୫୦ ମସିହାରୁ ସଫଳ ଖେଳାଳିଙ୍କ କଥା କହି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇଥିଲେ। ନିର୍ଭୟ ସହଯୋଗୀ ସମ୍ପାଦକ ସମ୍ବିତ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କ୍ରୀଡ଼ା ଇତିହାସ ଯାତ୍ରା କାର୍ଯ୍ୟକ୍ରମରେ ଦିଲ୍ଲୀପ ତିର୍କୀଙ୍କ ଉଦୟ, ଦେବାଶିଷ ମହାନ୍ତିଙ୍କ ଆଗମନ ସହ ବିଭିନ୍ନ ଘଟଣାବହୁଳ ମାଇଲ ଖୁଣ୍ଟ ବାବଦରେ ବିଶଦ ଚର୍ଚ୍ଚା କରାଯାଇଥିଲା। ଉପସ୍ଥିତ ଖେଳାଳିମାନେ ନିଜ କ୍ରୀଡ଼ା ଜୀବନର କିଛି ନିଆରା କଥା ବତାଇଥିଲେ ସମସ୍ତଙ୍କୁ। ସନ୍ତୋଷ ଟ୍ରଫିରେ ଓଡ଼ିଶାର ସେମିଫାଇନାଲ୍ ପ୍ରବେଶ, ରଣଜୀ ଟ୍ରଫିରେ ଓଡ଼ିଶାର କ୍ୱାର୍ଟରଫାଇନାଲ୍ ବିଜୟ ତଥା ରାଜ୍ୟ ଖେଳ ଇତିହାସରେ ମହିଳା ସଶକ୍ତିକରଣର କଥା ମଧ୍ୟ ବେଶ ଆକର୍ଷଣୀୟ ଢଙ୍ଗରେ ଆଲୋଚିତ ହୋଇଥିଲା। କ୍ରୀଡ଼ା ସାମ୍ବାଦିକ ସୁରେଶ ସ୍ୱାଇଁ, ସୁକେଶ ବେହେରା, ବିଶିଷ୍ଟ ସଙ୍ଗଠନ ମକବୁଲ ଅଲ୍ଲୀ, ପୂର୍ବତନ ଫୁଟ୍ବଲ୍ର ପ୍ରଫୁଲ୍ଲ ମିଶ୍ର, ଦୌଡ଼କୁଦ ପ୍ରଶିକ୍ଷକ ଅରୁଣ ଦାସ, ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବହୁ ନୂଆ ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରାଇଥିଲେ। ଓଡ଼ିଶା କ୍ରୀଡ଼ାକୁ ନେଇ ଏପରି ଇତିହାସଭରା ଆଲୋଚନା ପ୍ରଥମ ଥର ହେଲା ବୋଲି ଅନେକ ମତ ଦେଇଥିଲେ।
ତାଜା ହେଲା ୮୨ ବର୍ଷର ଓଡ଼ିଶା ଖେଳସ୍ମୃତି
ଖେଳରେ ସଫଳତା ପାଇଁ ପାଗଳାମି ଭଲ
/sambad/media/post_attachments/wp-content/uploads/2018/04/23-Nirvaya.jpg)
/sambad/media/agency_attachments/2024-07-24t043029592z-sambad-original.webp)