ଶୁଭେନ୍ଦୁଙ୍କୁ ଆଉ ଏକ ସଫଳତା

ଭୁବନେଶ୍ବର: ରାଜ୍ୟ ଓ ଦେଶର ଫୁଟବଲ୍ ବିକାଶରେ ନିଜ ଯୋଗଦାନ ରଖି ଚାଲିଥିବା ପ୍ରଶିକ୍ଷକ ଶୁଭେନ୍ଦୁ କୁମାର ପଣ୍ଡା ନିଜ ସଫଳତାରେ ଆଉ ଏକ ଫର୍ଦ ଯୋଡ଼ିଛନ୍ତି। ଦେଶର ପ୍ରଥମ ପିରିଓଡାଜାଇସନ୍‌ ଏକ୍ସପର୍ଟ ଭାବେ କ୍ରୋଏସିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ମେ’ ୨୭ରୁ ଜୁନ୍‌ ପହିଲା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ବିଶେଷଜ୍ଞ ବୈଠକରେ ଫୁଟବଲ୍ କଣ୍ଡିସନିଂ ଏବଂ ପିରିଓଡାଇଜେସନ୍ ଉପରେ ସ୍ବତନ୍ତ୍ର ଆଲୋଚନା ହୋଇଥିଲା। ପୂର୍ବରୁ ବେନଫିକା, ପର୍ତୁଗାଲ ଏବଂ କ୍ଲବ୍ ବ୍ରଜ୍‌, ବେଲଜିୟମ୍‌ରେ ଅଂଶଗ୍ରହଣ କରି ସାରିଥିବା ଶୁଭେନ୍ଦୁଙ୍କୁ ବାଛିବାରେ ବିଶ୍ବର ଜଣାଶୁଣା ପ୍ରଶିକ୍ଷକ ତଥା ବିଶ୍ବ ଫୁଟବଲ୍ ଏକାଡେମିର ପ୍ରତିଷ୍ଠାତା ରେମଣ୍ଡ୍ ଭେହେରଜେନ୍‌ ପ୍ରମୁଖ ଭୂମିକା ନେଇଛନ୍ତି। ସମ୍ପ୍ରତି ଭାରତୀୟ ଯୁବ ଦଳ (୧୬ ବର୍ଷରୁ କମ୍‌)ର ପ୍ରଶିକ୍ଷକ ଦାୟିତ୍ବରେ ଥିବା ଶ୍ରୀ ପଣ୍ଡା ମଧ୍ୟ ରାଜ୍ୟର ପ୍ରଥମ ଏଏଫସି-ଏ ଲାଇସେନ୍ସ ଫୁଟବଲ୍ ଗୁରୁ। ରାଜ୍ୟ ପାଇଁ ସନ୍ତୋଷ ଟ୍ରଫି ଖେଳିବା ସହିତ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଅଧିନରେ କାର୍ଯ୍ୟରତ ଅଛନ୍ତି। ଫୁଟବଲ୍ ଓଏସଡି ସହିତ କ୍ରୀଡ଼ା ଛାତ୍ରା‌ବାସର ବୈଷୟିକ ନିର୍ଦେଶକ ଓ ଯୁବ ବିକାଶ ଦାୟିତ୍ବ ସମ୍ଭାଳିଛନ୍ତି। କ୍ରୋଏସିଆ ଅଭିଜ୍ଞତା ମୋ ଚିନ୍ତାଧାରାରେ ପରିବର୍ତନ ଆଣିବା ସହିତ ନୂଆ ଅଭିଜ୍ଞତା ଦେଇଛି ବୋଲି ଶ୍ରୀ ପଣ୍ଡା ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର