୧୯ ବର୍ଷରୁ କମ୍‌ ଯୁବ ଟେଷ୍ଟରେ କ୍ରମାଗତ ଦ୍ୱିତୀୟ ଶତକ ମାରିଲେ ଭାରତୀୟ ବ୍ୟାଟସ୍‌ମ୍ୟାନ୍‌

ହମ୍ବନଟୋଟା(ଶ୍ରୀଲଙ୍କା): ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଅର୍ଥବ ତାଇଡେ ଓ ପବନ ଶାହଙ୍କ ଶତକ ବଳରେ ଭାରତୀୟ ୧୯ ବର୍ଷରୁ କମ ଟିମ୍‌ ଭଲ ଆରମ୍ଭ କରିଛି। ଶ୍ରୀଲଙ୍କା ୧୯ ବର୍ଷରୁ କମ୍‌ ବିରୋଧରେ ୨ୟ ଯୁବ ଟେଷ୍ଟ କ୍ରିକେଟ ମ୍ୟାଚର ପ୍ରଥମ ଦିନ ୪ଓ୍ଵିକେଟ୍‌ରେ ୪୨୮ ରନ୍‌ ସଂଗ୍ରହ କରିଛି।

ତାଇଡେ ୧୭୭ ରନ୍‌ ସଂଗ୍ରହ କରି ଆଉଟ ହୋଇଥିଲେ। ସେହିଭଳି ରିପୋର୍ଟ ଲେଖାଯିବା ବେଳକୁ ଶାହ ୧୭୭ ରନ୍‌ ସଂଗ୍ରହ କରି କ୍ରିଜରେ ଉପସ୍ଥିତ ଥିଲେ। ଉଭୟ ଭାରତୀୟ ଯୁବ ବ୍ୟାଟସ୍‌ମ୍ୟାନ ୨ୟ ଓ୍ଵିକେଟ୍‌ ପାଇଁ ୨୬୩ ରନ୍‌ ଯୋଡ଼ିଥିଲେ।

ପ୍ରଥମ ମ୍ୟାଚ୍‌ରେ ଭାରତ ବିଜୟ ହୋଇଥିବା ବେଳେ ତାଇଡେ ନିଜର ଉନ୍ନତ ପ୍ରଦର୍ଶନ ବଳରେ ୧୭୨ଟି ବଲକୁ ସମ୍ମୁଖୀନ ହୋଇ ୨୦ଟି ଚୌକା ଓ ୩ଟି ଛକା ମାରିଥିଲେ। ଶାହ ଏପର୍ଯ୍ୟନ୍ତ ୨୨୭ ରନ୍‌ ଯୋଡ଼ି ୧୯ଟି ଚୌକା ମାରିଛନ୍ତି।

ଶ୍ରୀଲଙ୍କା ବିରୋଧରେ ଗସ୍ତର ପ୍ରଥମ ଯୁବ ଟେଷ୍ଟ(କଲମ୍ବୋ)ରେ ଅଥର୍ବ ତାଇଡେ ୧୧୩ ରନ ସଂଗ୍ରହ କରିଥିଲେ। ଏଥି ସହିତ ମହାରାଷ୍ଟ୍ରର ଅକୋଲାର ବ୍ୟାଟସ୍‌ମ୍ୟାନ୍‌ ଯୁବ ଟେଷ୍ଟ କ୍ରିକେଟ୍‌ରେ କ୍ରମାଗତ ଭାବେ ୨ୟ ଶତକ ମାରିଥିବା ୫ମ ଭାରତୀୟ ହୋଇଛନ୍ତି।

୧୯ ବର୍ଷରୁ କମ୍‌ ଯୁବ ଟେଷ୍ଟ(ଭାରତ)ରେ କ୍ରମାଗତ ଇନିଂସରେ ଶତକ

-ବିନାୟକ ମାନେ(୨୦୦୧)
-ପୀୟୁଷ ଚାଓ୍ଵଲା(୨୦୦୬୦୨୦୦୭)
-ଅଭିନବ ମୁକୁନ୍ଦ(୨୦୦୭)
-ବିଜୟ ଜୋଲ(୨୦୧୩)
-ଅଥର୍ବ ତାଇଡେ(୨୦୧୮)

ଭାରତ ୪ ଦିବସୀୟ ମ୍ୟାଚରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଅନୁଜ ରାଓତ(୧୧) ଖୁବ ଶୀଘ୍ର ଆଉଟ୍‌ ହୋଇ ଯାଇଥିଲେ। ଏହା ପରେ କ୍ରିଜକୁ ତାଇଡେ ପ୍ରବେଶ କରିଥିଲେ।

ସମ୍ବନ୍ଧିତ ଖବର