ଭୁବନେଶ୍ବର: ପାରାମାଉଣ୍ଟ ସ୍ପୋର୍ଟିଂ ଆନୁକୂଲ୍ୟରେ ଚାଲିଥିବା ୧୯ ବର୍ଷରୁ କମ୍ କ୍ରିକେଟ୍ ଲିଗ୍ରେ ସୁଦର୍ଶନ ସ୍ବାଇଁଙ୍କ ଶତକ (୧୪୫, ୧୩୯ ବଲ୍, ୧୮ ଚୌକା, ୫ ଛକା) ବଳରେ ପାରାମାଉଣ୍ଟ୍ ୭୮ ରନ୍ର ବଡ଼ ବ୍ୟବଧାନରେ କଟକ ଜାଗୁଆର୍ସକୁ ପରାସ୍ତ କରିଛି। ପାରାମାଉଣ୍ଟ୍ ପାଳିରେ ଅନ୍ୟମାନଙ୍କ ମଧ୍ୟରେ ଆଶୁତୋଷ ସାହୁ (୪୬, ୫୦ ବଲ୍) ଏବଂ ଅଂଶୁମାନ ସାହୁ (୩୯, ୫୯ ବଲ୍) ଭଲ ଖେଳିବାରୁ ଦଳ ୫୦ ଓଭରରେ ୫ ୱିକେଟ୍ ହରାଇ ୨୫୦ ରନ୍ କରିଥିଲା। ଜବାବରେ ସ୍ପିନର୍ ସ୍ବୟମ୍ ରାଉତରାୟଙ୍କ ଚମତ୍କାର ବୋଲିଂ (୮.୫-୨-୪୬-୫)କୁ ସମ୍ମୁଖୀନ ହୋଇନପାରି କଟକ ଦଳ ୪୩.୫ ଓଭରରେ ୨୦୩ ରନ୍ରେ ସୀମିତ ରହିଯାଇଥିଲା। ଦଳ ପକ୍ଷରୁ ସୁମିତ ରାଉତ (୬୫, ୮୫ ବଲ୍), ପ୍ରିନ୍ସ ବେହେରା (୫୬, ୬୯ ବଲ୍) ଅର୍ଦ୍ଧଶତକ ହାସଲ କରିଥିଲେ। ଶତକ ହାସଲ କରିଥିବାରୁ ସୁଦର୍ଶନଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ ରଣଜୀ କ୍ରିକେଟର୍ ଦେବାଶିଷ ସାମନ୍ତରାୟ। ଅଂଶୁମାନ ସାହୁ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ସମ୍ମାନ ପାଇଥିଲେ। ଅଜୟ ନାୟକ ଓ ଚନ୍ଦ୍ରମୋହନ ବରାଳ ମ୍ୟାଚ୍ ପରିଚାଳନା କରିଥିଲେ।
ପାରାମାଉଣ୍ଟ୍ ଲିଗ୍ରେ ସୁଦର୍ଶନଙ୍କ ଶତକ
/sambad/media/post_attachments/wp-content/uploads/2022/01/5f6h4s65f4hsf654fh65fhfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)