ଯୁବ ଅଲିମ୍ପିକ୍‌ସ ହକି ଦଳରେ ସୁଦୀପ

ଭୁବନେଶ୍ବର: ଆର୍ଜେଣ୍ଟିନାର ବୁଏନସ୍‌ ଏରିଜ୍‌ରେ ଚଳିତ ମାସ ୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଯୁବ ଅଲିମ୍ପିକ୍ସ କ୍ରୀଡ଼ା ଲଗି ୪୬ ଜଣିଆ ଭାରତୀୟ ଦଳ ମଙ୍ଗଳବାର ଗସ୍ତ କରିଛି। ୧୨ କ୍ରୀଡ଼ାରେ ଏହି ପ୍ରତିଯୋଗୀମାନେ ଭାଗନେବେ। ଉଦ୍‌ଘାଟନୀ ଉତ୍ସବରେ ବନ୍ଧୁକଚାଳିକା ମନୁ ଭାକର୍‌ ଭାରତୀୟ ଦଳର ପତାକା ଧରିବେ ବୋଲି ସ୍ଥିର ହୋଇଛି। ହକିରେ ଭାଗନେ‌ବାକୁ ଥିବା ଭାରତୀୟ ପୁରୁଷ ଦଳରେ ଓଡ଼ିଶାରୁ ସୁଦୀପ ଚିର୍ମାକୋଙ୍କୁ ସ୍ଥାନ ମିଳିଛି। ସୁଦୀପଙ୍କୁ ହକି ଗାଙ୍ଗପୁର ସମ୍ପାଦକ ଦେବାଶିଷ ଗୌଡ଼ ଅଭିନନ୍ଦନ ଜଣାଇଛନ୍ତି। ପ୍ରଥମ ଥର ଲାଗି ହକିରେ ଅଂଶଗ୍ରହଣ କରୁଥିବାରୁ ଯୁବ ଦଳ ପୁରା ଉତ୍ସାହିତ ରହିଛି। ୭ ତାରିଖରେ ଉଭୟ ପୁରୁଷ ଓ ମହିଳା ହକି ଦଳ ଏଠାରେ ନିଜ ନିଜର ଅଭିଯାନ ଆରମ୍ଭ କରିବେ। ପୁଲ୍‌ ‘ଏ’ରେ ସ୍ଥାନ ପାଇଥିବା ମହିଳା ଦଳ ଅଷ୍ଟ୍ରିଆକୁ ଏବଂ ପୁଲ୍‌ ‘ବି’ରେ ପୁରୁଷ ଦଳ ବାଂଲାଦେଶକୁ ଭେଟିବ। ପୁରୁଷ ଦଳର ନେତୃତ୍ବ ବିବେକ ସାଗର ପ୍ରସାଦଙ୍କୁ ମିଳିଥିଲା ବେଳେ ସାଲିମା ତେତେ ମହିଳା ଦଳର ଅଧିନାୟକ ରହିଛନ୍ତି।

ସମ୍ବନ୍ଧିତ ଖବର