ଭୁବନେଶ୍ବର: ଚଳିତ ବର୍ଷ ଅଗଷ୍ଟ ମାସରେ ନେଦରଲାଣ୍ଡ୍ସର ରୋଟ୍ଟରଡାମ୍ରେ ଖେଳାଯିବାକୁ ଥିବା ୟୁରୋପିଆନ୍ ପାରା ଗେମ୍ସ ପାଇଁ କିମ୍ସର ଡାକ୍ତର ସୁଦୀପ ଶତପଥୀଙ୍କୁ ଟୁର୍ଣ୍ଣାମେଣ୍ଟ୍ ଡକ୍ଟର ନିଯୁକ୍ତ କରାଯାଇଛି। ପୂର୍ବରୁ ଟୋକିଓ ଅଲିମ୍ପିକ୍ସ ଏବଂ ଆର୍ଜେଣ୍ଟିନା ଗସ୍ତ ପାଇଁ ଭାରତୀୟ ହକି ଦଳର ଡାକ୍ତର ଭୂମିକା ତୁଲାଇଥିବା ଶ୍ରୀ ଶପତଥୀ ମଧ୍ୟ ଏଏଫ୍ସି ଚାମ୍ପିୟନ୍ସ ଲିଗ୍, ରିଓ ଅଲିମ୍ପିକ୍ସ, ପ୍ରିମିୟର୍ ଲିଗ୍ ବ୍ୟାଡ୍ମିଣ୍ଟନ୍, ସଚିନ ତେନ୍ଦୁଲକରଙ୍କ ଆଇଏସ୍ଏଲ୍ ଦଳ କେରଳା ବ୍ଲାଷ୍ଟର୍ସ ସହ ମଧ୍ୟ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ରୁ ଡିପ୍ଲୋମା ଇନ୍ ସ୍ପୋର୍ଟସ ମେଡିସିନ୍ କରିଥିବା ଶ୍ରୀ ଶତପଥୀଙ୍କୁ ତାଙ୍କ ନୂଆ ଦାୟିତ୍ବ ଲାଗି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଭିନନ୍ଦ ଜଣାଇଛନ୍ତି।
ୟୁରୋପିଆନ୍ ପାରା ଗେମ୍ସ ପାଇଁ ସୁଦୀପ ଶତପଥୀ ‘ଟୁର୍ଣ୍ଣାମେଣ୍ଟ୍ ଡକ୍ଟର’
/sambad/media/post_attachments/wp-content/uploads/2023/04/j65g4d65gj46g5jdgjdgjdgjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)