ବ୍ରହ୍ମବରଦା: ରସୁଲପୁର ବ୍ଲକ୍ ବନ୍ଧଢ଼ିହ ଉଚ୍ଚ ବିଦ୍ୟାଳୟ ପଡିଆରେ ଚାଲିଥିବା ରାଜ୍ୟସ୍ତରୀୟ ସୁଧାଂଶୁ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାର ମଙ୍ଗଳବାର ଶେଷ କ୍ୱାର୍ଟର ଫାଇନାଲ୍ରେ ଭୁବନେଶ୍ୱରର ସ୍କାନ୍ ସ୍ପୋର୍ଟି କ୍ଲବ୍କୁ ୪୯ ରନ୍ରେ ପରାସ୍ତ କରି ଚରମ୍ପା ଏକାଡେମି (ଭଦ୍ରକ) ସେମିଫାଇନାଲ୍ ପ୍ରବେଶ କରିଛି। ଚରମ୍ପା ଏକାଡେମି ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୮ ରନ ୍କରିଥିଲା। ହେମନ୍ତ ଦାସ ୭୪, ଦେବୀପ୍ରିୟ ପଟ୍ଟନାୟକ ୩୪ ରନ୍ କରିଥିଲେ। ସ୍କାନ୍ ପକ୍ଷରୁ ରୋହନଦେବ ମହାନ୍ତି ୪ ଓ ଏନ୍ ପ୍ରଶାନ୍ତ ୨ ୱିକେଟ୍ ନେଇଥିଲେ। ଜବାବରେ ସ୍କାନ୍ ସ୍ପୋର୍ଟିଂ ୯ ୱିକେଟ୍ ବିନିମୟରେ ୧୪୯ ରନ୍ କରିପାରିଥିଲା। ସାହିଦ ଅଲ୍ଲୀ ୪୪ ଓ ଅଭିଷେକ ଯାଦବ ୩୯ ରନ୍ କରିଥିଲେ। ଚରମ୍ପା ଏକାଡ଼େମି ପକ୍ଷରୁ ମୁର୍ମୁ ତ୍ରିପାଠୀ ଓ ହରେକୃଷ୍ଣ ବାରିକ ୨ ଲେଖାଏଁ ୱିକେଟ୍ ନେଇଥିଲେ। ବିଜୟୀ ଦଳର ହେମନ୍ତ ଦାସଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ଦିଲୀପ କୁମାର ସାହୁ ଓ ପ୍ରତାପ କୁମାର ଜେନା ଖେଳ ପରିଚାଳନା କରିଥିଲେ। ସିଦ୍ଧେଶ୍ୱର ରଣା, ସୁଶାନ୍ତ ନାୟକ ସ୍କୋର୍ର ରହିଥିଲା ବେଳେ ଆଶୁତୋଷ ପାଣି ଓ ଦୀନବନ୍ଧୁ ବେହେରା ଧାରା ବିବରଣୀ ପ୍ରଦାନ କରିଥିଲେ। ଆସନ୍ତା ୨୫ ତାରିଖ ପ୍ରଥମ ସେମିଫାଇନାଲ୍ ଦୁଇ କଟକ ଦଳ ମା’ ମଙ୍ଗଳା କ୍ରିକେଟ୍ କ୍ଲବ୍ ଓ ନିମପୁର କ୍ରିକେଟ୍ କ୍ଲବ୍ ମଧ୍ୟରେ ଖେଳାଯିବ।
ସୁଧାଂଶୁ ସ୍ମାରକୀ କ୍ରିକେଟ୍ :ସେମିରେ ଭଦ୍ରକ
/sambad/media/post_attachments/wp-content/uploads/2018/01/odisha-cricket-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)