ଜାତୀୟ କନିଷ୍ଠ ହକି ଶିବିର ଲାଗି ବେଙ୍ଗାଲୁରୁ ଗଲେ ସୁଦୀପ, ଅଭିଷେକ ଓ ଆଜମିନା

ଭୁବନେଶ୍ବର: ବେଙ୍ଗାଲୁରୁ ସାଇ କେନ୍ଦ୍ରରେ ଆୟୋଜିତ ହେଉଥିବା ଜାତୀୟ କନିଷ୍ଠ ହକି ଶିବିର ଲାଗି ଓଡ଼ିଶାର ୪ ଜଣ ଖେଳାଳି (୨ ପୁଅ, ୨ ଝିଅ) ସ୍ଥାନ ପାଇଛନ୍ତି। ସେମାନେ ହେଲେ ସୁଦୀପ ଚିର୍ମାକୋ, ଅଭିଷେକ ଲାକ୍ରା, ଆଜମିନା କୁଜୁର ଓ ମାରିଆନା କୁଜୁର। ଏମାନଙ୍କ ମଧ୍ୟରୁ ଅଭିଷେକ, ସୁଦୀପ ଓ ଆଜମିନା ରବିବାର ଭୁବନେଶ୍ବର ବିମାନବନ୍ଦରରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିଛନ୍ତି। ରେଳବାଇରେ ଚାକିରି କରୁଥିବା ମାରିଆନା ମୁମ୍ବାଇରୁ ସିଧାସଳଖ ବେଙ୍ଗାଲୁରୁ ପହଞ୍ଚିବେ। ବେଙ୍ଗାଲୁରୁରେ ପହଞ୍ଚିବା ପରେ ଏମାନେ ସମସ୍ତେ ଦୁଇ ସପ୍ତାହ ପାଇଁ ସଙ୍ଗରୋଧରେ ରହିବା ପରେ ଶିବିରରେ ଅନୁଷ୍ଠାନିକ ଭାବେ ଯୋଗଦେବେ। ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ପ୍ରେରଣା କରିଥିବା ରକ୍ଷଣଭାଗ ଖେଳାଳି ଅଭିଷେକ ପ୍ରଥମ ଥର ପାଇଁ ଜାତୀୟ ଶିବିର ପାଇଁ ଡାକରା ପାଇଛନ୍ତି।

ସମ୍ବନ୍ଧିତ ଖବର