ସୁଜିତ୍‌ ଓ ରୋହନ୍‌ ସମ୍ବର୍ଧିତ

କଟକ: ଭାରତୀୟ ଫୁଟ୍‌ଭଲି ଦଳର ପ୍ରଶିକ୍ଷକ ସୁଜିତ୍‌ ପାତ୍ର ଓ ଖେଳାଳି ରୋହନ୍‌ ପ୍ରସାଦ ମଲ୍ଲିକଙ୍କୁ ରବିବାର ଓସିଏ ସମ୍ମିଳନୀ କକ୍ଷରେ ସମ୍ବର୍ଧନା ଦିଆଯାଇଛି। କଟକ ଫୁଟ୍‌ଭଲି ସଂଘ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଉଭୟଙ୍କୁ ସମ୍ବର୍ଧିତ କରାଯାଇଥିଲା। ଥାଇଲାଣ୍ଡରେ ଶେଷ ହୋଇଥିବା ବିଶ୍ୱ ପ୍ରତିଯୋଗିତାରେ ଭାରତ କ୍ୱାର୍ଟର ଫାଇନାଲ୍‌ରେ ପରାସ୍ତ ହୋଇଥିଲା। କ୍ୱାର୍ଟରରେ ଥାଇଲାଣ୍ଡଠୁ ୯-୧୮ ଓ ୧୧-୧୮ରେ ଭାରତ ହାରିଯାଇଥିଲା। ଏଥିପୂର୍ବରୁ ନେପାଳ ଓ କୋରିଆକୁ ହରାଇ ଭାରତ କ୍ୱାର୍ଟର ଫାଇନାଲ୍‌ ପର୍ଯ୍ୟନ୍ତ ପହଞ୍ଚିପାରିଥିଲା। ଏହି ସମ୍ବର୍ଧନା କାର୍ଯ୍ୟକ୍ରମରେ ସିଏମ୍‌ସି ସ୍ୱାସ୍ଥ୍ୟ କମିଟି ଅଧ୍ୟକ୍ଷ ରଂଜନ ବିଶ୍ୱାଳ, ଉପଦେଷ୍ଟା ପୂର୍ବତନ ଖେଳାଳି ମହମ୍ମଦ ସାହିଦ ଜବାର, ପୃଷ୍ଠପୋଷକ ରମେଶ ମଲ୍ଲିକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର