ଭାରତ ‘ଏ’ ଦଳରେ ସୁକନ୍ୟା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ଲାଗି ଭାରତୀୟ ‘ଏ’ ମହିଳା ଦଳରେ ଓଡ଼ିଆ ଝିଅ ସୁକନ୍ୟା ପରିଡ଼ାଙ୍କୁ ସ୍ଥାନ ମିଳିଛି। ଭାରତ-ଇଂଲଣ୍ଡ ୪ ଟିକିଆ ଦିନିକିଆ ଶୃଙ୍ଖଳା ନାଗପୁରରେ ଏପ୍ରିଲ୍‌ ୩, ୬, ୯ ଏବଂ ୧୨ ତାରିଖରେ ଖେଳାଯିବ। ୧୫ ଜଣିଆ ଭାରତୀୟ ଦଳରୁ ପୁନମ ରାଉତ ବାଦ୍‌ ପଡ଼ିଥିଲା ବେଳେ ତାଙ୍କ ସ୍ଥାନରେ ଦୟାଲାନ ହେମଲତାଙ୍କୁ ସ୍ଥାନ ମିଳିଛି।
ଭାରତ ଦଳ: ମିତାଲି ରାଜ (ଅଧିନାୟିକା), ହରମନ୍‌ପ୍ରୀତ କୌର, ସ୍ମୃତି ମାନ୍ଧାନା, ଦୀପ୍ତି ଶର୍ମା, ଜେମିମା ରୋଦ୍ରିଗେ୍ଵଜ୍‌, ଦୟାଲାନ ହେମଲତା, ଭେଦା କୃଷ୍ଣମୂର୍ତ୍ତି, ଦେବିକା ବୈଦ୍ୟ, ଝୁଲଣ ଗୋସ୍ୱାମୀ, ଶିଖା ପାଣ୍ଡେ, ପୂଜା ଭସ୍ତ୍ରାକର୍‌, ଏକ୍‌ତା ବିସ୍ତ, ପୂନମ ଯାଦବ, ସୁଷମା ବର୍ମା, ରାଜେଶ୍ୱରୀ ଗାଏକ୍ୱାଡ୍‌। ଭାରତ ‘ଏ’ ଦଳ: ଦୀପ୍ତି ଶର୍ମା (ଅଧିନାୟକ), ଜେମିମା ରୋଦ୍ରିଗେ୍ଵଜ୍‌, ଦେବିକା ବୈଦ୍ୟ, ଦୟାଲାନ ହେମଲତା, ପ୍ରିୟା ପୁନିଆ, ଅନୂଜା ପାଟିଲ, ମୋନା ମେଶ୍ରମ, ସୁକନ୍ୟା ପରିଡ଼ା, କବିତା ପାଟିଲ, ଶାନ୍ତି କୁମାରୀ, ତନୁଶ୍ରୀ ସରକାର, ନୁଝାତ ପରଓ୍ଵିନ୍‌, ରାଧା ଯାଦବ, ଟିପି କଁଓ୍ଵର୍‌।

ସମ୍ବନ୍ଧିତ ଖବର