ଭୁବନେଶ୍ୱର: ଗେଲ୍ ସ୍ପିଡ୍ ଷ୍ଟାର ଅନେ୍ଵଷଣ କାର୍ଯ୍ୟକ୍ରମରେ ଜାତୀୟ ସ୍ତରରେ ସଫଳ ହୋଇ ଓଡ଼ିଶାର ଦୁଇ ଜଣ ଖେଳାଳି ଜାମାଇକାର କିଙ୍ଗଷ୍ଟନଠାରେ ଥିବା ଉସେନ ବୋଲ୍ଟଙ୍କ ରେସର୍ସ ଟ୍ରାକ୍ କ୍ଲବରେ ପ୍ରଶିକ୍ଷଣ ନେବା ପାଇଁ ମନୋନୀତ ହୋଇଛନ୍ତି। ଏହି ଦୁଇ କ୍ରୀଡ଼ା ତାରକା ହେଲେ କୃଷ୍ଣ ମୁଣ୍ଡା (୨୦୦, ୪୦୦), ସୁଖୀ ବାସ୍କେ (୧୦୦, ୨୦୦)। କୃଷ୍ଣ ୨୦୦ ଓ ୪୦୦ ମିଟରରେ ଏବଂ ସୁଖୀ ୧୦୦ ଓ ୨୦୦ ମିଟର ପାଇଁ ମନୋନୀତ ହୋଇଛନ୍ତି। ଉଭୟ ୧୪ ଜଣିଆ ଭାରତୀୟ ଦଳ ସହ କିଙ୍ଗଷ୍ଟନ ଯାଇ ରେସର୍ସ ଟ୍ରାକ୍ କ୍ଲବର ମୁଖ୍ୟ ପ୍ରଶିକ୍ଷକ ଗ୍ଲେନ୍ ମିଲ୍ସଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେବେ। କୃଷ୍ଣ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ ଏବଂ ସୁଖୀ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସରୁ ବାହାରି ଏହି ଅନନ୍ୟ ସଫଳତା ଲାଭ କରିଛନ୍ତି। ଗେଲ୍ ଇଣ୍ଡିଆ ସ୍ପିଡ୍ଷ୍ଟାର ଚୟନ ସମିତିରେ ଦୁଇ ଓଡ଼ିଆ ଅଲିମ୍ପିଆନ୍ ଅନୁରାଧା ବିଶ୍ୱାଳ ଏବଂ ରଚିତା ମିସ୍ତ୍ରୀ ସ୍ଥାନ ପାଇଥିଲେ। ରେସର୍ସ ଟ୍ରାକ୍ କ୍ଲବ୍ରେ ରାଜ୍ୟର ଦୁଇ ତାରକା ଧାବକ-ଧାବିକା ଅମିୟ ମଲ୍ଲିକ ଏବଂ ଶ୍ରାବଣୀ ନନ୍ଦ ପ୍ରଶିକ୍ଷଣ ନେବାର ଅଭିଜ୍ଞତା ଆହରଣ କରି ସାରିଛନ୍ତି।
ଓଡ଼ିଶାରୁ ସୁଖୀ, କୃଷ୍ଣ
/sambad/media/post_attachments/wp-content/uploads/2018/01/sukhikrishna.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)