ଟୋକିଓ ପାରା-ଅଲିମ୍ପିକ୍ସ : ‘ଜାଭେଲିନ ଥ୍ରୋ’ରେ ସ୍ବର୍ଣ୍ଣ ଜିତିଲେ ଭାରତର ସୁମିତ

ଟୋକିଓ : ଟୋକିଓ ପାରା-ଅଲିମ୍ପିକ୍ସରେ ଭାରତର ଜାଭେଲିନ ଫିଙ୍ଗାଳି ସୁମିତ ଅଣ୍ଟିଲ୍ ୬୮.୫୫ ମିଟର ଜାଭେଲିନ ଫିଙ୍ଗି ବିଶ୍ବ ରେକର୍ଡ କରିବା ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ପ୍ରତିଯୋଗିତାରେ ଏହା ହେଉଛି ଭାରତର ୨ୟ ସ୍ବର୍ଣ୍ଣ ପଦକ । ଅଷ୍ଟ୍ରେଲିଆର ମାଇକେଲ ବୁରିଆନ ରୌପ୍ୟ ଓ ଶ୍ରୀଲଙ୍କାର ଦୁଲାନ କୋଡିଥୁଲାକୁ କାଂସ୍ୟ (ବ୍ରୋଞ୍ଜ) ପଦକ ଜିତିଛନ୍ତି । ତେବେ ଭାରତର ଆଉ ଜଣେ ପ୍ରତିଯୋଗୀ ସଂଦୀପ ଚୌଧୁରୀ ୬୨.୨୦ ମିଟର ଜାଭେଲିନ ଫିଙ୍ଗି ୪ର୍ଥ ସ୍ଥାନରେ ରହିଛନ୍ତି । ହରିୟାଣାର ସୋନିପତ ଜିଲ୍ଲାରୁ ଆସିଥିବା ସୁମିତ ପୂର୍ବରୁ ୨୦୧୯ରେ ଅନୁଷ୍ଠିତ ବିଶ୍ବ ପାରା-ଅଲମ୍ପିକ୍ସ ଚାମ୍ପିଅନସିପରେ ରୌପ୍ୟ ଜିତିଥିଲେ ।

ଆଜି ଭାରତର ଅଭନି ଲେଖାରା ବନ୍ଧୁକ ଚାଳନାରେ ସ୍ବର୍ଣ୍ଣ ଜିତିଥିଲେ । ପାରା ଅଲିମ୍ପିକ୍ସ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିବାରେ ଅଭନି ପ୍ରଥମ ଭାରତୀୟର ମାନ୍ୟତା ପାଇଛନ୍ତି । ସେ ୧୦ ମିଟର ଏୟାର ରାଇଫଲ ବର୍ଗରେ ଏହି ସଫଳତା ପାଇଛନ୍ତି । ଏହା ସହିତ ଆଜି ସକାଳ ସେସନରେ ଭାରତ ଆଉ ତିନୋଟି ପଦକ ପାଇଥିଲା ।

ସମ୍ବନ୍ଧିତ ଖବର