ସୁମିତ୍ରା ଓଡ଼ିଶାର ପ୍ରଥମ ମହିଳା ବଡି ବିଲ୍‌ଡିଂ ବିଚାରକ

ଭୁବନେଶ୍ୱର: ସୁମିତ୍ରା ତ୍ରିପାଠୀ ଓଡ଼ିଶାର ପ୍ରଥମ ମହିଳା ବଡି ବିଲ୍‌ଡିଂ ପ୍ରଶିକ୍ଷକ ଭାବେ ମନୋନୀତ ହୋଇ ନୂଆ ଗୌରବ ପାଇଛନ୍ତି। ଜୁରାସିକ୍‌ କ୍ଲବ୍‌ର ପ୍ରତିଷ୍ଠାତ୍ରୀ ସୁମିତ୍ରା ବିଗତ ଦୁଇ ଦଶନ୍ଧି ଧରି ବିଭିନ୍ନ ସାମାସିକ ସେବାରେ ନିଯୁକ୍ତ ରହିବା ସହିତ ବହୁ ଅନୁଷ୍ଠାନରୁ ଏକାଧିକ ସମ୍ମାନ ପାଇଛନ୍ତି। ଏଥି ପାଇଁ ସୁମିତ୍ରାଙ୍କୁ ଓଡ଼ିଶା ସୁନ୍ଦର ସ୍ୱାସ୍ଥ୍ୟ ସଂଘର ସଭାପତି ଇଂ ଚିତ୍ତରଂଜନ ସ୍ୱାଇଁ, ସମ୍ପାଦକ ପ୍ରସନ୍ନ ମହାସୁଆର, ଅର୍ଜୁନ ପୁରସ୍କାରପ୍ରାପ୍ତ ପ୍ରେମଚାନ୍ଦ ଡୋଗ୍ରା ଅଭିନନ୍ଦନ ଜଣାଇଛନ୍ତି। କିଟ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲରେ କାର୍ଯ୍ୟରତ ଶ୍ରୀମତି ତ୍ରିପାଠୀ ପୁନେରେ ମାର୍ଚ ୧୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଜାତୀୟ ବରିଷ୍ଠ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ପରିଚାଳନା କରିବେ। ଏଥି ପାଇଁ ତାଙ୍କୁ କିଟ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ର ଅଧ୍ୟକ୍ଷା ଡକ୍ଟର ମୋନାଲିସା ବଳ ଓ ଅଧ୍ୟକ୍ଷ ଡକ୍ଟର ସଂଜୟ ସୁଆର ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର