ଭୁବନେଶ୍ୱର: ସ୍ଥାନୀୟ ଉର୍ମିଳା ଫୁଟ୍ବଲ୍ କ୍ଲବ୍ ଆନୁକୂଲ୍ୟରେ ୟୁନିଟ୍-୯ ବାଳିକା ବିଦ୍ୟାଳୟ ଖେଳ ପଡ଼ିଆରେ ଗୁରୁବାରଠୁ ଗ୍ରୀଷ୍ମକାଳୀନ ମହିଳା ଫୁଟ୍୍ବଲ୍ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଏହି ଶିବିର ମେ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୦୦୮ ମସିହାରୁ ପ୍ରତିବର୍ଷ ଏହି ଶିବିର ଅନୁଷ୍ଠିତ ହୋଇଆସୁଛି। ଶିବିରକୁ ଟାଟା ଫୁଟ୍ବଲ୍ ଏକାଡେମି ତାଲିମପ୍ରାପ୍ତ ଭାରତୀୟ କନିଷ୍ଠ ଦଳର ପୂର୍ବତନ ସଦସ୍ୟ ପ୍ରସନ୍ନ କୁମାର ଦାସ, ପୂର୍ବତନ ଖେଳାଳି ବରୁଣ ମାଝୀ ପରିଚାଳନା କରୁଥିଲା ବେଳେ ଫୁଟ୍ବଲ୍ ଖେଳାଳି ଟୁନା ଖାଁନ୍, କୃଷ୍ଣଚନ୍ଦ୍ର ରଣା ଏବଂ ୟୁନିଟ୍-୯ ବାଳିକା ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ଉର୍ମିଳା ଦାସ ସହଯୋଗ କରୁଛନ୍ତି। ଗୁରୁବାର ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ଆୟକର ବିଭାଗ ଅତିରିକ୍ତ ସଚିବ ପ୍ରଣତି ମିଶ୍ର, ୟୁନିଟ୍-୯ ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାମୟୀ ନନ୍ଦ, ଅବସର ପ୍ରାପ୍ତ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହରିପ୍ରିୟା ପଟ୍ଟନାୟକ, ୟୁନିଟ୍-୬ ଦୌଡ଼କୁଦ ସଂଘ ସଭାପତି ତପନ କୁମାର ମହାନ୍ତି, ସମ୍ପାଦକ ଦିଲ୍ଲୀପ କୁମାର ଦାସ, ଉପସଭାପତି ପ୍ରଫୁଲ୍ଲ କୁମାର ମିଶ୍ର, ଭୁବନେଶ୍ୱର ଦୌଡ଼କୁଦ ସଂଘ ସହସମ୍ପାଦକ ନବରଂଜନ ପଟ୍ଟନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଲଳିତେନ୍ଦୁ ମହାନ୍ତି, କ୍ଲବ୍ ୭୩ର ସର୍ବେଶ୍ୱର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷୟିତ୍ରୀ ବିଜୟିନୀ ଶତପଥୀ ସ୍ୱାଗତ ଭାଷଣ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ।
ଗ୍ରୀଷ୍ମକାଳୀନ ମହିଳା ଫୁଟ୍ବଲ୍ ପ୍ରଶିକ୍ଷଣ ଶିବିର ଆରମ୍ଭ
/sambad/media/post_attachments/wp-content/uploads/2018/04/football-camp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)