ଭୁବନେଶ୍ବର: ୟୁନିଟ୍-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ୟୁନିଟ୍-୬ ବାଳକ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ଗ୍ରୀଷ୍ମକାଳୀନ ବାଳକ ଫୁଟ୍ବଲ୍ ଶିବିର ରବିବାର ଉଦ୍ଯାପିତ ହୋଇଛି। ଏହି ଶିବିର ଗତ ମାସ ୨୮ ତାରିଖରୁ ଆରମ୍ଭ ହୋଇଥିଲା ବେଳେ ଏଥିରେ ବିଭିନ୍ନ ବୟସ (୧୩, ୧୭, ୨୨ ବର୍ଷ) ବର୍ଗରେ ୯୬ ଜଣ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ୭ ଜଣ ତାଲିମଦାତା ଏମାନଙ୍କୁ ୩ ସପ୍ତାହ ଧରି ଫୁଟ୍ବଲ୍ର ମୌଳିକା ଜ୍ଞାନ ସହ ବିଭିନ୍ନ ବୈଷୟିକ ଶିକ୍ଷା ପ୍ରଦାନ କରିଥିଲେ। ଶିବିରରେ ବିଭିନ୍ନ ଦିବସରେ ଅତିଥି ଭାବେ ଭାରତୀୟ ମହିଳା ଫୁଟ୍ବଲ୍ ଦଳର ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସସ୍ମିତା ମଲ୍ଲିକ, ଅନ୍ତର୍ଜାତୀୟ ମହିଳା ଫୁଟ୍ବଲ୍ ଖେଳାଳି ବିଜୟଲକ୍ଷ୍ମୀ ସାହୁ, ସୁପ୍ରିୟା ରାଉତରାୟ, ଅଭିଜ୍ଞ ଫିଜିଓଥେରୋପିଷ୍ଟ୍ ମୁକ୍ତିପ୍ରସାଦ ଦାସ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। ଉଦ୍ଯାପନୀ ଉତ୍ସବରେ ପୂର୍ବତନମନ୍ତ୍ରୀ ତଥା ବିଧାୟକ ପଦ୍ମନାଭ ବେହେରା, ଅନନ୍ତ ନାରାୟଣ ଜେନା, ଅନୁଗୁଳ-ସୁକିନ୍ଦା ରେଳପଥର ଏମ୍ଡି ଦିଲ୍ଲୀପ ସାମନ୍ତରାୟ, ଭୁବନେଶ୍ବର ଦୌଡ଼କୁଦ ସଂଘ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା, କ୍ରୀଡ଼ା ସଂଗଠକ ନବରଞ୍ଜନ ପଟ୍ଟନାୟକ, କ୍ଲବ୍ର ସମ୍ପାଦକ ଦିଲ୍ଲୀପ ଦାସ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ତିନିଜଣ ଖେଳାଳି ସୂର୍ଯ୍ୟ ରଞ୍ଜନ ନାୟକ, ରିତେଶ ନାୟକ ଏବଂ ସମ୍ବିତ କୁମାର ନାୟକଙ୍କୁ ନିଜ ପକ୍ଷରୁ ଏଆଇଏଫ୍ଏଫ୍ ଲାଇସେନ୍ସପ୍ରାପ୍ତ ରେଫରି ସୁଶାନ୍ତ ମହାନ୍ତି ସ୍କୁଲ୍ କିଟ୍ ବ୍ୟାଗ୍ ପ୍ରଦାନ କରିଥିଲେ। ଅମୀୟ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।
ଗ୍ରୀଷ୍ମକାଳୀନ ଫୁଟ୍ବଲ୍ ଶିବିର ଉଦ୍ଯାପିତ
/sambad/media/post_attachments/wp-content/uploads/2019/05/Untitled-5-17.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)