ଗ୍ରୀଷ୍ମକାଳୀନ ଥ୍ରୋ ବଲ୍‌, ହ୍ୟାଣ୍ଡ୍‌ ବଲ୍‌ ପ୍ରଶିକ୍ଷଣ ଶିବିର ଆରମ୍ଭ

ଭୁବନେଶ୍ୱର: ସ୍ଥାନୀୟ ସପ୍ତମ ବାଟାଲିୟନ ସ୍କୁଲ୍‌ ପଡ଼ିଆରେ ଶୁକ୍ରବାରଠୁ ଗ୍ରୀଷ୍ମକାଳୀନ ଥ୍ରୋ ବଲ୍‌ ଏବଂ ହ୍ୟାଣ୍ଡ୍‌ ବଲ୍‌ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଏହି ଶିବିରରେ ୫୦ ଜଣ ବାଳକ ଓ ବାଳିକା ସାମିଲ ହୋଇଛନ୍ତି। ଚଳିତ ମାସ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଶିବିର ପ୍ରଥମ ଅଧିବେସନ ସକାଳ ୬ରୁ ୮ ଏବଂ ଦ୍ୱିତୀୟ ଅଧିବେସନ ଅପରାହ୍ଣ ୪ରୁ ୬ ପର୍ଯ୍ୟନ୍ତ ଚାଲୁଛି। ସ୍କୁଲ୍‌ର ପ୍ରଧାନ ଶିକ୍ଷକ ବୈଦ୍ୟନାଥ ନାୟକ ଏବଂ ଶିକ୍ଷୟିତ୍ରୀ ଦୀପ୍ତିରାଣୀ ଦାସ ଏହାକୁ ଉଦ୍‌ଘାଟନ କରିଥିଲା ବେଳେ କ୍ରୀଡ଼ା ଶିକ୍ଷକ ଉତ୍ତମ ରଂଜନ ସାମଲ, ମନୋଜ କୁମାର ନିଶଙ୍କ ଏବଂ ଯଶୋବନ୍ତ ପରମଗୁରୁ ଶିବିର ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର