କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଗ୍ରୀଷ୍ଣକାଳୀନ ହକି ଶିବିର ଏପ୍ରିଲ୍‌ ୩ରୁ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମ୍‌ରେ ହକି ଖେଳିବାକୁ ଏବଂ ଶିଖିବାକୁ ଆଗ୍ରହୀ ଯୁବ ପ୍ରତିଭାମାନଙ୍କ ପାଇଁ ଅପୂର୍ବ ସୁଯୋଗ ଆସିଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏହି ଆଇକନିକ୍‌ ହକି କଂପ୍ଲେକ୍ସରେ ଏପ୍ରିଲ୍‌ ୩ରୁ ୨୨ ତାରିଖ ପର୍ଯ୍ୟନ୍ତ ଏକ ଗ୍ରୀଷ୍ମକାଳୀନ ହକି ଶିବିର ଆୟୋଜିତ ହେବ। ୬ ବର୍ଷରୁ ୧୬ ବର୍ଷ ବୟସ ମଧ୍ୟରେ ଥିବା ବାଳକ ଓ ବାଳିକା ଏହି ଶିବିରରେ ସାମିଲ ହୋଇପାରିବେ।

ସକାଳ ୬.୩୦ରୁ ୮..୦୦ ଏବଂ ଅପରାହ୍ଣ ୪.୩୦ରୁ ୬.୦୦ ପର୍ଯ୍ୟନ୍ତ ଦୁଇଟି ସମୟରେ ଏହା ଅୟୋଜିତ ହେବାକୁଥିବାରୁ ଖେଳାଳିଙ୍କ ଅଭିଭାବକମା‌ନେ ଏହାକୁ ନିଜ ପସନ୍ଦର ସମୟ ଅନୁସାରେ ବାଛିପାରିବେ। କିନ୍ତୁ ଖେଳାଳିଙ୍କ ଶିବିରରେ ସାମିଲ ହେବା ଲାଗି ୫୦୦ ଟଙ୍କା ଦେବାକୁ ପଡ଼ିବ। ଅଭିଜ୍ଞ ପ୍ରଶିକ୍ଷକମାନେ ଖେଳ ଶିଖାଇବା ସହିତ ପିଲାମାନଙ୍କ ପାଇଁ ମଧ୍ୟ ହକି ପାଠ୍ୟକ୍ରମ, ସନ୍ତରଣ, ବୌଦ୍ଧିକ ବିକାଶ ତାଲିମ, ଶାରୀରିକ ଦକ୍ଷତା ବୃଦ୍ଧି, ପୃଷ୍ଟିକର ଖାଦ୍ୟର ଉପାଦେୟତା ସମ୍ପର୍କରେ ମଧ୍ୟ ଧାରଣା ପ୍ରଦାନ କରାଯିବ ବୋଲି ଏକ ପ୍ରେସ୍‌ ବିବୃତ୍ତିରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର