ଭୁବନେଶ୍ବର : ଓଡ଼ିଶା ରାଜ୍ୟ ଚେସ୍ ସଂଘ ଦ୍ବାରା ଆୟୋଜିତ ପ୍ରଥମ ସମର ବିଜୟ ମହାନ୍ତି ସ୍ମାରକୀ ଚେସ୍ ପ୍ରତିଯୋଗିତାରେ ଫିଡେ ମାଷ୍ଟର ସୌମ୍ୟ ରଞ୍ଜନ ମିଶ୍ର (୬) ବିଜେତା ଆଖ୍ୟା ଅର୍ଜନ କରିଛନ୍ତି। ରାଜେନ୍ଦ୍ର କୁମାର ସାହୁ ଦ୍ବିତୀୟ ସ୍ଥାନରେ ଥିଲା ବେଳେ ଓମ୍ ଆଦିତ୍ୟ ଖାଡ଼ଙ୍ଗା ତୃତୀୟ ସ୍ଥାନରେ ରହିଥିଲେ। ସ୍ବପ୍ନିଳ ପ୍ରିୟଦର୍ଶୀ, ତନ୍ମୟ ତ୍ରିପାଠୀ, ପ୍ରକାଶ ଚନ୍ଦ୍ର ସାହୁ, ରବୀନ୍ଦ୍ର କୁମାର ଓଝା, ହର୍ଷିତ ରଞ୍ଜନ ସାହୁ, ଦେବୀ ପ୍ରସାଦ ବିଶ୍ବାଳ ଓ ଆରିନ୍ ଅନ୍ବେଷ ସ୍ବାଇଁ ଚତୁର୍ଥରୁ ଦଶମ ସ୍ଥାନ ଅଧିକାର କରିଥିଲେ। ପ୍ରତୀକ କୁମାର ରାଉତ, ଶାନି ଦାସ, ବିକାଶ କୁମାର ଲେଙ୍କା, ମନସିଜ୍ ସାମଲ, ସହନା ଲେଙ୍କା ବିଭିନ୍ନ ବର୍ଗର ପ୍ରଥମ ସ୍ଥାନରେ ରହି ସ୍ବତନ୍ତ୍ର ପୁରସ୍କାର ପାଇଥିଲେ। ଉଦୟ ପରିଡ଼ା, ସାଇ ଅମ୍ରିତ ପରିଜା, ଅଂଶୁମାନ ପତି, ହର୍ଷିତା ସିଂହ, ନିୟତି ନିହାରିକା ମହାପାତ୍ର ସାନ୍ତ୍ବନାମୂଳକ ପୁରସ୍କାର ଲାଭ କରିଥିଲେ। ଜବାହର ଲାଲ ନେହରୁ ଜୁନିୟର କଲେଜର ଅଧ୍ୟକ୍ଷ ଧରଣୀଧର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରଶ୍ମିତା ପାତ୍ର ଶ୍ରେଷ୍ଠ ମହିଳା ଖେଳାଳି ଟ୍ରଫି ଲାଭ କରିଥିଲେ। ଓଡ଼ିଶା ରାଜ୍ୟ ଚେସ୍ ସଂଘର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ସୁଚେତା ଭଞ୍ଜ, ପ୍ରଦୀପ କୁମାର ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।
ସମର ବିଜୟ ସ୍ମାରକୀ ଚେସ୍, ସୌମ୍ୟ ବିଜେତା
/sambad/media/post_attachments/wp-content/uploads/2021/01/Champion.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)