କୋଲକାତା : ଅଫ୍ ସ୍ପିନ୍ ଅଲରାଉଣ୍ଡର ୱାସିଂଟନ୍ ସୁନ୍ଦର ମାଂଶପେସୀ ଯନ୍ତ୍ରଣା ପାଇଁ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ଆଘାତ ଜନିତ ସମସ୍ୟା ଲାଗି ଦୀର୍ଘ ଦିନ ଭାରତୀୟ ଦଳରୁ ଦୂରେଇ ରହିବା ପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଫେରି ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ ସେ। ଏହା ପୂର୍ବରୁ କୋଭିଡ୍ ସଂକ୍ରମିତ ହୋଇ ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଖେଳି ପାରି ନଥିଲେ ଚେନ୍ନାଇରେ ରହୁଥିବା ସୁନ୍ଦର। ତାଙ୍କ ସ୍ଥାନ ଜୟନ୍ତ ଯାଦବ ନେଇଥିଲେ। ସୁନ୍ଦର ଆଗାମୀ ଶୃଙ୍ଖଳାରୁ ବାଦ୍ ପଡ଼ିବା ପରେ କଚଟୀ ସ୍ପିନର କୁଲଦୀପ ଯାଦବ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ସୁନ୍ଦର ଏବେ ଅକ୍ଷର ପଟେଲ ଏବଂ କେଏଲ୍ ରାହୁଲଙ୍କ ସହ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମିରେ ରହି ଥଇଥାନ କାର୍ଯ୍ୟକ୍ରମରେ ଯୋଗଦେବେ। ଭାରତ-ଇଣ୍ଡିଜ୍ ଟ୍ବେଣ୍ଟି-୨୦ ଶୃଙ୍ଖଳା ଚଳିତ ମାସ ୧୬, ୧୮ ଏବଂ ୨୦ ତାରିଖରେ ଖେଳାଯିବ।
ଇଣ୍ଡିଜ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ସୁନ୍ଦର ବାଦ୍
/sambad/media/post_attachments/wp-content/uploads/2022/02/sundar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)