ନୂଆଦିଲ୍ଲୀ: ଭାରତୀୟ ଅଲ୍ରାଉଣ୍ଡର ୱାସିଂଟନ୍ ସୁନ୍ଦର ଚଳିତ ଇଂଲିସ୍ କାଉଣ୍ଟି କ୍ରିକେଟ୍ରେ ପଦାର୍ପଣ କରିବେ। କାଉଣ୍ଟି କ୍ଲବ୍ ଲାଙ୍କାସାୟାର ଚଳିତ ଋତୁ ପାଇଁ ତାଙ୍କ ସହ ଚୁକ୍ତି କରିଥିବା ଘୋଷଣା କରିଛି। ଏବେ ଆହତ ଯୋଗୁଁ ମ୍ୟାଚ୍ ଖେଳୁନଥିବା ସୁନ୍ଦର ପୁନଃଥଇଥାନ କାର୍ଯ୍ୟକ୍ରମ ପରେ ଲାଙ୍କାସାୟାର ଦଳ ସହ ଯୋଗଦେବେ ବୋଲି ଜଣାପଡ଼ିଛି। ଇଂଲିସ୍ ଘରୋଇ କ୍ରିକେଟ୍ରେ ସୁନ୍ଦରଙ୍କର ଏହା ହେବ ପ୍ରଥମ ପ୍ରବେଶ। ବିଭିନ୍ନ ଫର୍ମାଟ୍ରେ ତାଙ୍କର ସାମର୍ଥ୍ୟକୁ ପରଖିବା ପରେ ଲାଙ୍କାସାୟାର ସୁନ୍ଦରଙ୍କ ସହ ଚୁକ୍ତିବଦ୍ଧ ହୋଇଛି। ଏବେ ବିସିସିଆଇର ପୁନଃଥଇଥାନ କାର୍ଯ୍ୟକ୍ରମରେ ସାମିଲ ଥିବା ୨୨ ବର୍ଷ ବୟସ୍କ ଚେନ୍ନାଇ ତାରକା ସୁନ୍ଦର ପୂରା ରୟାଲ ଲଣ୍ଡନ ଦିନିକିଆ କପ୍ ପ୍ରତିଯୋଗିତାରେ ଉପଲବ୍ଧ ହେବେ ବୋଲି କ୍ଲବ୍ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ କାଉଣ୍ଟି ଖେଳିବାକୁ ମୁଁ ପୂରା ବ୍ୟଗ୍ର। ଇଂଲିସ ପରିବେଶରେ ଖେଳିବା ମୋ ପାଇଁ ବଡ଼ ଅଭିଜ୍ଞତା ହେବ। ସେଥିପାଇଁ ଲାଙ୍କାସାୟାର ପାଇଁ କାଉଣ୍ଟି ଖେଳିବାକୁ ଅପେକ୍ଷା କରିପାରିବିନି ବେଲି କହିଛନ୍ତି ସୁନ୍ଦର। ଏଠାରେ ସୂଚନାଯୋଗ୍ୟ, କାଉଣ୍ଟି ଚାମ୍ପିଅନ୍ସିପ୍ ଡିଭିଜନ-୧ରେ ସରେ ଏବଂ ହାମ୍ପସାୟାର ପଛକୁ ଲାଙ୍କାସାୟାର ଏବେ ତୃତୀୟ ସ୍ଥାନରେ ରହିଛି।
ଲାଙ୍କାସାୟାର ସହ ଚୁକ୍ତିବଦ୍ଧ: କାଉଣ୍ଟି ପଦାର୍ପଣ କରିବେ ସୁନ୍ଦର
/sambad/media/post_attachments/wp-content/uploads/2018/03/washington-sundar-twitter.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)