ଅସୁରାଳି/ଧୂଷୁରୀ: ଧାମନଗର ବ୍ଲକ୍ର ଧୂଷୁରୀ ପାୟାସାହିରେ ରାଜ୍ୟସ୍ତରୀୟ ଏକଦିବସୀୟ ଫୁଟ୍ବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁନ୍ଦରଗଡ ବିଜେତା ହୋଇଛି। ପ୍ରଥମ ମ୍ୟାଚ୍ରେ ସୁନ୍ଦରଗଡ଼ ୧-୦ ଗୋଲ୍ରେ କେନ୍ଦ୍ରାପଡ଼ା ତରାସର ନେତାଜୀ କ୍ଲବ୍କୁ ପରାସ୍ତ କରିଥିଲା। ଦ୍ୱିତୀୟ ମ୍ୟାଚ୍ରେ ଆଳି ଫୁଟ୍ବଲ ଏକାଦଶକୁ ୨-୦ ଗୋଲ୍ରେ ଯାଜପୁର ଧର୍ମଶାଳାର ଡିଏଫ୍ଏ ପରାସ୍ତ କରିଥିଲା। ଶେଷରେ ସୁନ୍ଦରଗଡ ଓ ଡିଏଫ୍ଏ ଧର୍ମଶାଳା ମଧ୍ୟରେ ଫାଇନାଲ୍ ମୁକାବିଲା ହୋଇଥିଲା। ତୀବ୍ର ପ୍ରତିଦ୍ୱନ୍ଦ୍ୱିିତାମୂଳକ ଫାଇନାଲର ନିର୍ଧାରିତ ସମୟ ଗୋଲ୍ ଶୂନ୍ୟ ରହିବା ପରେ ପେନାଲଟି ସୁଟ ଆଉଟ୍ରେ ସୁନ୍ଦରଗଡ଼ ଦଳ ୫-୩ ବ୍ୟବଧାନରେ ଜିତି ବିଜେତା ଆଖ୍ୟା ଅର୍ଜନ କରିଥିଲା। ଆଣ୍ଡିରିୟାସ କୁଣ୍ଡୁଲାନା, ସୁକାନ୍ତ ମଲ୍ଲିକ ଏବଂ ଜ୍ୟୋତିରଞ୍ଜନ ସ୍ୱାଇଁ ମ୍ୟାଚ୍ ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତାକୁ ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ଦେବାଶିଷ ସାମଲ ଉଦ୍ଘାଟନ କରିଥିଲେ। ଏସ୍ଆଇ ଗୟାଧର ବେହେରା, ଭଦ୍ରକ ଗୋଲ୍ଡ କ୍ୟାସ୍ର ପରିଚାଳକ ଆଲୋକ କୁମାର ମହାପାତ୍ର, ସାମ୍ବାଦିକ କୈଳାସ ଗୁପ୍ତା ଓ ପ୍ରଦୀପ ମହାପାତ୍ର, ପଂଚାନନ ମିଶ୍ର, ଶ୍ରୀକାନ୍ତ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସନ୍ତୋଷ ଦାସ ଅଧିକାରୀଙ୍କ ସଂଯୋଜନାରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ। ଓୟୁଜେର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ କିଷାନ ରାଉତ, ସାମ୍ବାଦିକ ବୈକୁଣ୍ଠ ନାଥ ସାହୁ, ସରପଞ୍ଚ ଅନିରୁଦ୍ଧ ସାହୁ, ମନୋଜ ରାୟ ମହାପାତ୍ର, ରୟାଲ କଲେଜର ନିର୍ଦେଶକ ରଣଜିତ ନାୟକ, ବାବୁଲାଲ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ସୁନ୍ଦରଗଡ଼ ବିଜେତା
ରାଜ୍ୟସ୍ତରୀୟ ଧୂଷୁରୀ ଆଞ୍ଚଳିକ ଫୁଟ୍ବଲ୍
/sambad/media/post_attachments/wp-content/uploads/2017/12/football-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)