ବ୍ରହ୍ମବରଦା: ରସୁଲପୁର ବ୍ଲକ୍ ବନ୍ଦଡିହ ପଞ୍ଚାୟତ ବନ୍ଦଡିହ ଉଚ୍ଚ ବିଦ୍ୟାଳୟ ପଡିଆରେ ଜୟଦୁର୍ଗା କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ ୩୫ତମ ରାଜ୍ୟସ୍ତରୀୟ ସୁଧାଂଶୁ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା ଶନିବାରଠୁ ଆରମ୍ଭ ହୋଇଛି। ମଙ୍ଗଳପୁର ସରପଞ୍ଚ ପ୍ରମୋଦ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଦୁଇ କଟକ ଦଳ ମଧ୍ୟରେ ଖେଳାଯାଇଥିବା ଉଦ୍ଘାଟନୀ ମ୍ୟାଚ୍ରେ ମା’ ମଙ୍ଗଳା କ୍ରିକେଟ୍ କ୍ଲବ୍ ୩୬ ରନରେ ୟୁନିୟନ ସ୍ପୋର୍ଟିଂକୁ ପରାସ୍ତ କରିଛି।
ମା’ ମଙ୍ଗଳା ଦଳ ନିର୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୭୬ ରନ୍ କରିଥିଲା। ସନ୍ତୋଷ ରାଉତ୍ ୪୫ ଓ ଟି ସୁରେଶ ୪୩ ରନ୍ କରିଥିଲେ। ପ୍ରତ୍ୟୁଷ କୁମାର ଓ ନିର୍ମଳ ଚକ୍ରବର୍ତୀ ୨ ଲେଖାଏଁ ଓ୍ଵିିକେଟ୍ ନେଇଥିଲେ। ଜବାବରେ ୟୁନିୟନ ସ୍ପୋର୍ଟିଂ ୯ ଓ୍ଵିକେଟ୍ ହରାଇ ୧୪୦ ରନ୍ କରିପାରିଥିଲା। ଆକାଶ ନାୟକ ୪୧ ଓ ରାଜେଶ ରଂଜନ ଦାସ ୨୩ ରନ୍ କରିଥିଲେ। ବିଜୟୀ ଦଳର ରମେଶ ବେହେରା ଓ ରଞ୍ଜନ ରାଉତରାୟ ୨ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ରମେଶ ବେହେରାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ଦିଲୀପ୍ କୁମାର ସାହୁ ମ୍ୟାଚ୍ ପରିଚାଳନା କରିଥିଲେ। ଭାଷ୍ୟକାର ଦୀନବନ୍ଧୁ ବେହେରା, ଜ୍ଞାନରଂଜନ ଘଡେଇ, ଉଦୟ କୁମାର ରଣା ସ୍କୋରର ସିଦ୍ଧେଶ୍ୱର ରଣା, ଅଜିତ୍ ଓଝା ସହଯୋଗ କରିଥିଲେ। ଶ୍ୟାମସୁନ୍ଦର ବେହେରା, ସୁବ୍ରତ କୁମାର ସାହୁ, ସଂଜୟ ରାଉତଙ୍କ ସମେତ କ୍ଲବର ସମସ୍ତ ସଭ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ଆସନ୍ତାକାଲି ଇଲେଭେନ୍ ଷ୍ଟାର ଯାଜପୁର ସହିତ ସୋଲାର କ୍ରିକେଟ୍ କ୍ଲବ୍ କଟକର ମ୍ୟାଚ୍ ଖେଳାଯିବ।
ସୁଧାଂଶୁ ସ୍ମାରକୀ କ୍ରିକେଟ୍: ମା’ମଙ୍ଗଳା ବିଜୟୀ
/sambad/media/post_attachments/wp-content/uploads/2018/01/Bramhabarada-Cricket.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)