ଲାହୋର: େଓ୍ଵଷ୍ଟଇଣ୍ଡିଜ୍ ସ୍ପିନର ସୁନୀଲ ନରିନ୍ଙ୍କ ବୋଲିଂ ଶୈଳୀ ପୁନର୍ବାର ସନ୍ଦେହ ଘେରକୁ ଆସିଛି। ଅତୀତରେ ବହୁବାର ତାଙ୍କ ବୋଲିଂ ଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ବେଳେ ଏବେ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) ଅବସରରେ ପୁଣି ଫସିଛନ୍ତି ନରିନ୍। ଫଳରେ ଆଗାମୀ ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ପୂର୍ବରୁ ନରିନ୍ ଅଡୁଆରେ ପଡ଼ିଯାଇଛନ୍ତି। ଆସନ୍ତା ଏପ୍ରିଲ ୭ରୁ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଥିଲା ବେଳେ ନରିନ୍ କୋଲ୍କାତା ନାଇଟ୍ ରାଇଡର୍ସର ନିୟମିତ ସଦସ୍ୟ ରହିଛନ୍ତି। ଗତ ୧୪ ତାରିଖରେ ପିଏସ୍ଏଲ୍ର ଲାହୋର କ୍ୱାଲାଣ୍ଡର୍ସ ଓ କ୍ୱେଟା ଗ୍ଲାଡିଏଟର୍ସ ମ୍ୟାଚ୍ ବେଳେ ନରିନ୍ଙ୍କ ବୋଲିଂ ଶୈଳୀ ନେଇ ମ୍ୟାଚ୍ ଅଧିକାରୀ ରିପୋର୍ଟ ଦେଇଛନ୍ତି। ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହି ରିପୋର୍ଟକୁ େଓ୍ଵଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡକୁ ପଠାଇ ଦେଇଛନ୍ତିି। ଇଣ୍ଡିଜ୍ ବୋର୍ଡ ଏହି ରିପୋର୍ଟ ଉପରେ ବିଚାର କରିବ। ତେବେ ଆଉ ଥରେ ତାଙ୍କ ବିରୋଧରେ ଅଭିଯୋଗ ନହେବା ପର୍ଯ୍ୟନ୍ତ ନରିନ୍ ପିଏସ୍ଏଲ୍ରେ ଖେଳିପାରିବେ ବୋଲି ପିସିବି ପକ୍ଷରୁ କୁହାଯାଇଛି। ତାଙ୍କୁ ଚେତାବନୀ ଦିଆଯାଇଛି। ହେଲେ ଅବୈଦ୍ଧ ବୋଲିଂ ଶୈଳୀକୁ ନେଇ ରହିଥିବା ଆଇସିସିର ନିୟମ ଅନୁଯାୟୀ ଚେତାବନୀ ତାଲିକାରେ ଥିଲା ବେଳେ ଯଦି ନରିନ୍ଙ୍କ ବିରୋଧରେ ପୁନର୍ବାର ଅଭିଯୋଗ ଆସେ ତେବେ ସେ ପିଏସ୍ଏଲ୍ରୁ ନିଲମ୍ବିତ ହେବେ ବୋଲି ପିସିବି ସ୍ପଷ୍ଟ କରିଛି।
ଆଇପିଏଲ୍ ପୂର୍ବରୁ ଅଡୁଆରେ ନରିନ୍
ପୁଣି ସନ୍ଦେହରେ ବୋଲିଂ ଶୈଳୀ
/sambad/media/post_attachments/wp-content/uploads/2018/03/download-2-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)