ଶେଷ ମ୍ୟାଚ୍‌ ଦୃଷ୍ଟିରୁ କୋଲ୍‌କାତା ଫାଇଦାରେ – ସୁନିଲ ଗାଭାସ୍କର

ଶେଷ ଲିଗ୍ ମ୍ୟାଚ୍‌ ଖେଳିବାର ଥିବାରୁ କୋଲ୍‌କାତା ନାଇଟ୍ ରାଇଡର୍ସ ଫାଇଦାରେ ରହିବ। ପୂର୍ବ ମ୍ୟାଚ୍‌ ଫଳାଫଳ ବାହାରି ସାରିଥିବ। ଦଳକୁ କେବଳ ବିଜୟ ନା ନିର୍ଦ୍ଧିଷ୍ଟ ନେଟ୍ ରନ୍ ରେଟ୍‌ରେ ଜିତିବାକୁ ହେବ ସେ ଚିତ୍ର ଦଳ ପାଇସାରିଥିବ। କିନ୍ତୁ ଶନିବାର ରାଜସ୍ଥାନ ରୟାଲ୍ସ ହାରିଯାଇଥିବାରୁ ପ୍ରଥମେ କୋଲକାତାକୁ କେବଳ ମୁମ୍ବାଇକୁ ହରାଇବାକୁ ପଡ଼ିବ। ଶନିବାର ରାତି ମ୍ୟାଚ୍‌ରେ ଯଦି ହାଇଦ୍ରାବାଦ ବାଙ୍ଗାଲୋରକୁ ହରାଇବ ତେବେ ଦଳକୁ ନିର୍ଦ୍ଧିଷ୍ଟ‌ ନେଟ୍ ରନ୍ ରେଟ୍ ସହ ଜିତିବାକୁ ପଡ଼ିବ। ଯାହାକି କୋଲକାତା ପାଇଁ କଷ୍ଟକର ହୋଇପାରେ।

ଗତ ମ୍ୟାଚ୍‌ରେ ପଞ୍ଜାବ ବିପକ୍ଷରେ କୋଲକାତାର ଜବରଦସ୍ତ ବିଜୟ ଯୁବ ତାରକା ଶୁଭମନ ଗିଲଙ୍କ ପାଇଁ ସମ୍ଭବ ହୋଇଥିଲା। ସେ ନିଶ୍ଚିତ ଆତ୍ମବିଶ୍ବାସରେ ଥିବେ। ସବୁଠାରୁ ବଡ଼ କଥା ହେଲା ଦଳ ଗତ ସପ୍ତାହରେ ମୁମ୍ବାଇକୁ ହରାଇଥିଲା। ପରାଜୟ ଧାରାକୁ ବି ଦଳ ଭାଙ୍ଗି ସାରିଛି। ମୁମ୍ବାଇ ୨୦୦ରୁ ଊର୍ଧ୍ବ ରନ୍ କରିଥିଲେ ମଧ୍ୟ ଆନ୍ଦ୍ରେ ରସେଲଙ୍କ ପାଳି ପାଇଁ ବିଜୟୀ ହୋଇଥିଲା। ପଶ୍ଚାତଧାବନ ବେଳେ ଶତକରୁ ବଞ୍ଚିତ ହାର୍ଦିକ ପାଣ୍ଡ୍ୟା ଶ୍ରେଷ୍ଠ ପ୍ରଚେଷ୍ଟା କରିଥିଲେ ମଧ୍ୟ ପାରିନଥିଲେ। କିନ୍ତୁ ଗତ ମ୍ୟାଚ୍‌ରେ ସନ୍‌ରାଇଜର୍ସ ବିପକ୍ଷ ସୁପର୍ ଓଭରରେ ହାର୍ଦିକ ବିଜୟ ଦେଇଥିବାରୁ ମୁମ୍ବାଇ ରବିବାର ଶୀର୍ଷ ୨ ଭିତରେ ରହି ଅଭିଯାନ ଶେଷ କରିବା ଆଶାରେ ଥିବ। ପଞ୍ଜାବ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍ ପଡ଼ି ସାରିଥିବାରୁ ରବିବାର ପ୍ରଶଂସକମାନେ ନିଶ୍ଚିତ ଧୋନିଙ୍କ ଉପରେ ଅଧିକ ନଜର ରଖିବେ।

ସମ୍ବନ୍ଧିତ ଖବର