ନୂଆଦିଲ୍ଲୀ: ଦଶ ଦଳକୁ ନେଇ ୭୪ ଦିନର ଯାତ୍ରା ଏବେ ଦୁଇଟି ଦଳକୁ କମି ଆସିଛି। ୭୪ତମ ମ୍ୟାଚ୍‌ ସହ ଆଜି ଶେଷ ହେବାକୁ ଯାଉଛି ଆଇପିଏଲ୍‌ର ଅଷ୍ଟାଦଶ ସଂସ୍କରଣ। ଏହି ଦୁଇ ଦଶନ୍ଧିରେ ଯେଉଁ ଦୁଇଟି ଦଳ ନିଜ ଟ୍ରଫି ସ୍ବପ୍ନକୁ ସାକାର କରିପାରିନାହାନ୍ତି ସେମାନେ ଏବେ ଅବତୀର୍ଣ୍ଣ ଅଛନ୍ତି ଟାଇଟଲ୍ ଟକ୍କରରେ। ଗୋଟିଏ ରୟାଲ୍ (ଆର୍‌ସିବି) ଏବଂ ଅନ୍ୟଟି କିଙ୍ଗ୍ସ (ପଞ୍ଜାବ କିଙ୍ଗ୍ସ)। ସନ୍ଧ୍ୟା ୭.୩୦ରୁ ଆରମ୍ଭ ହେବାକୁ ଥିବା ମ୍ୟାଚ୍‌ରେ କେଉଁ ଦଳ ବିଜୟୀ ହେବ, ସେ ଚର୍ଚ୍ଚା ଏବେ ସାରା ଦେଶରେ ଚାଲିଛି।

Advertisment

ଏମଧ୍ୟରେ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ଆଇପିଏଲ-୨୦୨୫ର ବିଜେତା ବିଷୟରେ ଭବିଷ୍ୟବାଣୀ କରିଛନ୍ତି। ଗାଭାସ୍କର, ଏଥର ଆଇପିଏଲ ଟାଇଟଲ କେଉଁ ଦଳ ଜିତିବ ସେ ବିଷୟରେ କହିଛନ୍ତି। ପୂର୍ବତନ ଅଧିନାୟକ ସ୍ପୋର୍ଟସ ଟୁଡେକୁ ସାକ୍ଷାତକାର ଦେଇ ସ୍ୱୀକାର କରିଛନ୍ତି ଯେ, ଏଥର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଦଳ ଆଇପିଏଲ ଟାଇଟଲ ଜିତିବ।

ଆରସିବିକୁ ନେଇ ଗାଭାସ୍କର କହିଛନ୍ତି ଯେ, "ରୟାଲ ଚ୍ୟାଲେଞ୍ଜର୍ସ ଗତ ୮ଟି ମ୍ୟାଚରେ କ୍ରିକେଟ୍ ଖେଳିବା ଶୈଳୀ ଯୋଗୁଁ ଜିତିଛି। ଆପଣ ଜାଣନ୍ତି ସେମାନେ ଚମତ୍କାର ଖେଳିଛନ୍ତି ଏବଂ ସହଜରେ ମ୍ୟାଚ୍ ଜିତିଛନ୍ତି। ଏହା ସେମାନଙ୍କୁ ବହୁତ ଆତ୍ମବିଶ୍ୱାସ ଦେଇଛି। ମୁଁ ଭାବୁଛି ସେମାନଙ୍କର ଏକ ଅଲରାଉଣ୍ଡର ଦଳ ଅଛି। ତେଣୁ ନିଶ୍ଚିତ ଭାବରେ ମୁଁ ଭାବୁଛି ସେମାନେ ଟାଇଟଲ ଜିତିବେ।"

ଉଲ୍ଲେଖଯୋଗ୍ୟ, ଆରସିବି ଚତୁର୍ଥ ଥର ଆଇପିଏଲର ଫାଇନାଲରେ ପହଞ୍ଚିଛି। ଫାଇନାଲରେ ଆରସିବି, ପଞ୍ଜାବ କିଙ୍ଗ୍ସ ସହିତ ମୁକାବିଲା କରିବ। ଉଭୟ ଦଳ ଥରେ ମଧ୍ୟ ଆଇପିଏଲ ଟାଇଟଲ ଜିତି ନାହାଁନ୍ତି।