ଧାଓ୍ଵନ ଓ୍ଵିକେଟ୍‌ ଫିଙ୍ଗି ଦେଉଛନ୍ତି

ସୁନୀଲ ଗାଭାସ୍କର

ଏମିତି ଲାଗୁଥିଲା ଯେମିତି ଭାରତ ଏଥର ଇଂଲିସ୍‌ ଗ୍ରୀଷ୍ମ ଋତୁରେ ଭଲ କରିବ। ହେଲେ ସାମ୍‌ କରନ୍‌ ଇଂଲଣ୍ଡ ଦ୍ରୁତ ବୋଲରଙ୍କ ନେତୃତ୍ୱ ନେଇ ଦଳକୁ ପ୍ରଥମ ଟେଷ୍ଟ୍‍ରେ ୩୧ ରନ୍‌ର ବିଜୟ ଦେଇଥିଲେ। ଏହି ମ୍ୟାଚ୍‌ ବହୁତ ସଂଘର୍ଷପୂର୍ଣ୍ଣ ଥିଲା ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲି ଶ୍ରେଷ୍ଠ ବ୍ୟାଟିଂ କରିଥିଲେ। ସେ ନିମ୍ନକ୍ରମଙ୍କୁ ନେଇ ପ୍ରଥମ ପାଳିରେ ଦଳକୁ ଇଂଲଣ୍ଡଠୁ ମାତ୍ର ୧୩ ରନ୍‌ ପଛରେ ରଖିବା ପରେ ଭାରତକୁ ପ୍ରଶ୍ୱାସ ନେବା ଲାଗି ସମୟ ମିଳିଥିଲା। ମହାନ ଖେଳାଳି ଅନ୍ୟମାନଙ୍କ ତୁଳନାରେ ନିଜର ମାନସିକ ସାମର୍ଥ୍ୟକୁ କ୍ଷୀପ୍ର କରିଥାନ୍ତି, କୋହଲି ପ୍ରାୟ ପ୍ରତିଟି ବଲ୍‌କୁ ଏଭଳି ଭାବେ ସାମ୍‌ନା କରିଥିଲେ। ବଲ୍‌ ଯେପରି ପରିବର୍ତନ ହେଉଥିଲା କୋହଲି ନିଜର ଆକ୍ରମଣକୁ ସେପରି ଦୃଢ଼ କରିବାକୁ ଲାଗିଥିଲେ। ଦୁର୍ଭାଗ୍ୟବଶତଃ ଅନ୍ୟମାନେ ନିଜ ମାନସିକ ପରିବର୍ତନ ଆବଶ୍ୟକ ଚାହୁଁନଥିଲେ। ଧାଓ୍ଵନ୍‌ ଜଣେ ଅଲଗା ପ୍ରକାର ଖେଳାଳି, ଯଦି ଦଳ ହାରି ଯାଉଥିବ ସେ କିଛି ଆଶ୍ଚାର୍ଯ୍ୟଜନକ କରିଥାନ୍ତି, ହାରିବା ମ୍ୟାଚ୍‌ରେ ଅଧିକ ସ୍କୋର୍‌ କରିଥାନ୍ତି। ଅନ୍ୟମାନଙ୍କ ତୁଳନାରେ ନିଜ ପାଇଁ ସ୍ଥାନ ପକ୍କା କରି ନେଇଥାନ୍ତି। ଯଦି ତାଙ୍କ ଉପରେ ଟିକେ ବି ଭରସା ନାହିଁ ତାଙ୍କୁ ମ୍ୟାଚ୍‌ ବଦଳାଇବା ଖେଳାଳି ଭାବେ କାହିଁକି ଗଣାଯାଉଛି? ଧାଓ୍ଵନ୍‌ ନିଜକୁ ନିଜେ ନିନ୍ଦିତ କରିବାର ବାଟ ଖୋଲିଛନ୍ତି। ଯେବେ ଭଲ ବ୍ୟାଟିଂ କରୁଥିବେ ଖରାପ ସଟ୍‌ ଖେଳି ଓ୍ଵିକେଟ୍‌କୁ ଫିଙ୍ଗି ଦିଅନ୍ତି। ଦଳ ତାଙ୍କଠୁ ଅଧିକ ଆଶା ରଖି ଯଥେଷ୍ଟ ସୁଯୋଗ ଦିଏ।

ପ୍ରଥମ ଟେଷ୍ଟ୍‍ରୁ ଜଣାପଡ଼ିଲା ଯେ ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ନୁହେଁ। ଏହା କମ୍‌ ସ୍କୋରିଂ ଶୃଙ୍ଖଳା ହେବ ବୋଲି ଜଣାପଡ଼ିଗଲା। ଯାହାକି ଦଳ ପାଇଁ ଅତିରିକ୍ତ ବ୍ୟାଟ୍ସମ୍ୟାନ୍‌ ଖେଳାଇବା ମହତ୍ୱପୂର୍ଣ୍ଣ। ପୂଜାରା ଆସିବେ କିନ୍ତୁ କାର୍ତିକ, ଅଶ୍ୱିନ୍‌ ଏବଂ ପାଣ୍ଡ୍ୟା ଘୁରୁଥିବା ବଲ୍‌କୁ ଖେଳିବାକୁ ସମର୍ଥ ହେଉନାହାନ୍ତି। ଷଷ୍ଠ ବ୍ୟାଟ୍ସମ୍ୟାନ୍‌ ଆସିଲେ ବି ଦଳ କ’ଣ କରିପାରିବ। କିନ୍ତୁ ତାଙ୍କୁ ସାମିଲ କରିବାର ଅର୍ଥ ଅନ୍ୟ ଜଣେ ପସନ୍ଦର ଖେଳାଳିଙ୍କୁ ବାହାର କରିବାକୁ ପଡ଼ିବ। ଏଭଳି ନିଷ୍ପତ୍ତି କହିବା ତୁଳନାରେ କରିବା କଷ୍ଟ। (ପିଏମଜି/ଇଏସ୍‌ପି)

ସମ୍ବନ୍ଧିତ ଖବର