ଭୁବନେଶ୍ୱର: ଚଳିତ ବର୍ଷ ୭ମ ସ୍ପୋର୍ଟସଲଗଅନ୍‌ ପୁରସ୍କାର ୨୦୧୮ର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ୫ଟି ବର୍ଗରେ ଦିଆଯାଉଥିବା ଏହି ପୁରସ୍କାରରେ ହକି ଅଲିମ୍ପିଆନ ତଥା ଭାରତୀୟ ହକି ଦଳର ଦୀର୍ଘ ୯ ବର୍ଷର ନିୟମିତ ସଦସ୍ୟ ସୁନୀତା ଲାକ୍ରା ପାଇବେ ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର। ସ୍ଥାନୀୟ ଜୟଦେବ ଭବନରେ ଜୁଲାଇ ୧୫ରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ସମାରୋହରେ ସୁନୀତା ପୁରସ୍କାର ଗ୍ରହଣ କରିବେ।

Advertisment

ସୁନୀତା ୨୦୦୯ରୁ ବରିଷ୍ଠ ସ୍ତରରେ ଆନ୍ତର୍ଜାତୀକ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ୨୦୧୪ ଇଂଚିୟନ ଏସୀୟ କ୍ରୀଡ଼ା, ୨୦୧୬ ରିଓ ଅଲିମ୍ପିକରେ ଭାରତୀୟ ଟିମରେ ଖେଳିଥିଲେ। ସେହିଭଳି ୨୦୧୪ ଏସୀୟ କ୍ରୀଡ଼ାରେ ସେ କାଂସ୍ୟ ପଦକ ଜିତିଥିଲେ। ଏଥି ସହିତ ଏସିଆ କପ୍‌ ଚାମ୍ପିଅନ ଭାରତୀୟ ଦଳର ସଦସ୍ୟ ଥିବା ବେଳେ କ୍ୟାପଟେନ ଭାବେ ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତକୁ ରୌପ୍ୟ ପଦକ ଦେଇଥିଲେ। ଚଳିତ ମାସ ୨୧ ତାରିଖରେ ଲଣ୍ଡନରେ ହେବାକୁ ଥିବା ମହିଳା ବିଶ୍ୱକପ ହକିରେ ଭାରତୀୟ ଦଳରେ ସ୍ଥାନ ପାଇଥିବା ବେଳେ ସୁନୀତା ଇଣ୍ଡୋନେସିଆ ଏସୀୟ କ୍ରୀଡ଼ା ୨୦୧୮ ପାଇଁ ଭାରତୀୟ ଦଳରେ ନିଜ ସ୍ଥାନ ପକ୍କା କରିଛନ୍ତି। ଏହା ପୂର୍ବରୁ ୨୦୧୩ରେ ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରା ସ୍ପୋର୍ଟସଲଗଅନ ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପ୍ରଦାନ କରିଥିଲେ।

ଚଳିତ ବର୍ଷ ସ୍ପୋର୍ଟସଲଗଅନ ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ଗ୍ରହଣ କରିଥିଲେ। ୨୦୧୭ରେ ଦୀପସେନ ତିର୍କିଙ୍କୁ ସ୍ପୋର୍ଟସଲଗଅନ ଉଦୀୟମାନ କ୍ରୀଡ଼ାବିତ ପୁରସ୍କାର ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ଅନ୍ତର୍ଜାତିକ ପାରା ଆଥଲେଟ ଜୟନ୍ତୀ ବେହେରା ଉଦୀୟମାନ କ୍ରୀଡ଼ାବିତ ପୁରସ୍କାର ପାଇବେ। ଗତ ବର୍ଷ ସେ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ବହୁ ସ୍ପର୍ଶ ପଦକ ଜିଣି ଓଡ଼ିଶା ଏବଂ ଦେଶ ପାଇଁ ସୁନାମ ଆଣିଥିଲେ। ୨୦୧୮ ଇଣ୍ଡୋନେସିଆ ପାରା ଏସିଆନ ଗେମସ୍‌ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି।

ବସ୍ତିରୁ ବାଇଚୁଙ୍ଗ ଭୁତିଆ ଫୁଟବଲ ସ୍କୁଲକୁ ମନୋନୀତ ହୋଇଥିବା ପ୍ରତିଭାବାନ ଫୁଟବଲ ଖେଳାଳି ରଂଜନ ସୋରେନ ଏବଂ ସୁନୀଲ ସୋରେନଙ୍କୁ କୁମୁଦିନୀ ମିଶ୍ର କ୍ରୀଡ଼ା ପ୍ରତିଭା ପୁରସ୍କାର ପ୍ରଦାନ କରାଯିବ। ନିରବଚ୍ଛିନ୍ନ ଓ ନିଃସ୍ୱାର୍ଥ ପର ଭାବେ ମାଗଣାରେ ଦୀର୍ଘ ୨୮ ବର୍ଷ ଧରି ଗ୍ରାମାଂଚଳ କବାଡ଼ି ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦେଇ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରର ଖେଳାଳି ସୃଷ୍ଟି କରିବା ସହ ରୋଜଗାର ବାଟ ଦେଖାଉଥିବା ଖଣ୍ଡିତର ଗାଁର କୃଷ୍ଣକାନ୍ତ ପଣ୍ଡା ପାଇବେ ଶ୍ରେଷ୍ଠ କୋଚ ପୁରସ୍କାର। ବିଗତ ଦିନରେ ସେ ପୁରୀ ଜିଲ୍ଲା ପାଇଁ ଜୁଡୋ ସମ୍ଭାବନା ଥିଲେ। ଜାତୀୟ ସ୍ତରର ପଦକ ଜିତିଛନ୍ତି। ଆଜି ଘର ନଥିବାରୁ ପର ଘରେ ମୁଣ୍ଡ ଗୁଂଜି ଜୀବନ ଜିଇଁଥିବା ମଂଜୁଲତା ଦାସ ପାଇବେ ପ୍ଲେୟାର ଅଫ୍‌ ଦ ବାଏଗନ ଏରା ପୁରସ୍କାର।