ଆଇପିଏଲ: ବାଙ୍ଗାଲୋରକୁ ୪ ୱିକେଟରେ ପରାସ୍ତ କଲା ହାଇଦ୍ରାବାଦ

ଆବୁଧାବି : ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଆଇପିଏଲ ୨୦୨୧ର ୫୨ତମ ମ୍ୟାଚରେ ବାଙ୍ଗାଲୋରକୁ ୪ ୱିକେଟରେ ପରାସ୍ତ କରିଛି ହାଇଦ୍ରାବାଦ । ପ୍ରଥମ ପାଳିରେ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୪୧ରନ କରିଥିଲା । ଜବାବରେ ବାଙ୍ଗାଲୋର ୨୦ ଓଭରରେ ୬ ୱିକେଟ ହରାଇ ୧୩୭ ରନ୍‌ କରିଥିଲା । ବାଙ୍ଗାଲୋର ପକ୍ଷରୁ ଦେବଦତ୍ତ ପାଦିକଲ୍ଲ ୫୨ ବଲରେ ୪୧ ରନ୍‌ କରିଥିବା‌ ବେଳେ ଗ୍ଲେନ୍ ମ୍ୟାକ୍ସୱେଲ ୨୫ ବଲରେ ୪୦ ରନ୍‌ ଓ ଏବି ଡି ଭିଲିୟର୍ସ ୧୩ ବଲରେ ୧୯ ରନ୍‌ କରିଥିଲେ । କିନ୍ତୁ ବାଙ୍ଗାଲୋରକୁ ବିଜୟ ଦେବାରେ ସକ୍ଷମ ହୋଇ ନଥିଲେ । ଅନ୍ୟପଟେ ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର, ଜାସନ୍ ହୋଲ୍ଡର୍, ସିଦ୍ଧାର୍ଥ କଲ୍‌, ଉମରନ୍ ମଲିକ୍, ରସିଦ ଖାନ ୧-୧ ୱିକେଟ ନେଇଥିଲେ । ଫଳରେ ହାଇଦ୍ରାବାଦ ଏହି ମ୍ୟାଚକୁ ୪ ୱିକେଟରେ ଜିତି ନେଇଛି ।

ଆଜି ବାଙ୍ଗାଲୋର ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୪୧ରନ କରିଥିଲା । ଦଳ ପକ୍ଷରୁ ଜେସନ ରଏ ୪୪, କେନ ଓ୍ବିଲିୟମସନ ୩୧ କରିଥିଲେ । ସେହିପରି ପ୍ରିୟମ ଗର୍ଗ ୧୫ ଓ ଜାସନ ହୋଲଡର ୧୬ରନ କରିଥିଲେ । ବାଙ୍ଗାଲୋର ପକ୍ଷରୁ ହର୍ଷଲ ପଟେଲ ୩ଟି ଓ ଡାନିଏଲ ଖ୍ରୀଷ୍ଟିଆନ ୨ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର