ସାରଜା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୫୨ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବ‌ାଙ୍ଗାଲୋରକୁ ୫ ୱିକେଟରେ ପରାସ୍ତ କଲା ସନ୍‌ରାଇଜର୍ସ ହାଇଦ୍ରାବାଦ୍ । ଦ୍ବିତୀୟ ପାଳିରେ ହାଇଦ୍ରାବାଦ ମାତ୍ର ୧୨୧ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୫ ୱିକେଟ ହରାଇ ଏହା ହାସଲ କରିଛି । ହାଇଦ୍ରାବାଦ ପକ୍ଷରୁ ରିଦ୍ଧିମାନ ସାହା ୩୨ ବଲରେ ୩୯ ରନ୍‌ କରିଥିବା ବେଳେ ମନୀଷ ପାଣ୍ଡେ ୧୯ ବଲରେ ୨୬ ରନ୍‌ କରି ଆଉଟ ହୋଇଥିଲେ । ଶେଷରେ ଜାସନ୍ ହୋଲ୍ଡର୍ ୧୦ ବଲରେ‌ ୨୬ ରନ୍‌ କରି ହାଇଦ୍ରାବାଦକୁ ବିଜୟ ଦେଇଥିଲେ । ଅନ୍ୟପଟେ ବାଙ୍ଗାଲୋର ପକ୍ଷରୁ ୟୁଜବେନ୍ଦ୍ର ଚହଲ ୨ଟି ୱିକେଟ ନେଇଥିବା ବେଳେ ୱାଶିଂଟନ୍ ସୁନ୍ଦର, ନବଦୀପ ସାଇନି ଓ ଇସୁରୁ ଉଦାନା ୧-୧ ୱିକେଟ ନେଇଥିଲେ । ଫଳରେ ହାଇଦ୍ରାବାଦ ଏହି ମ୍ୟାଚକୁ ୫ ୱିକେଟରେ ଜିତି ନେଇଥିଲା । ଏହି ବିଜୟ ସହ ହାଇଦ୍ରାବାଦ ୧୨ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ୪ର୍ଥ ସ୍ଥାନରେ ରହିଛି । ଏହା ସହ ପ୍ଲେ ଅଫକୁ ଜିବା ପାଇଁ ନିଜର ଦାବିଦାର ଜାହିର କରିଛି ।

Advertisment

ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ବିରାଟ କୋହଲିଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇଥିବା ବାଙ୍ଗାଲୋର ଟିମ୍‌ ବ୍ୟାଟିଂ କରିଥିଲା। ଓପନର ଯୋଶ ଫିଲିପ୍‌ ଓ ଦେବଦୂତ ପଡିକ୍କଲ ବାଙ୍ଗାଲୋର ଇନିଂସ ଆରମ୍ଭ କରିଥିଲେ। ଦଳକୁ ୨.୫ ଓଭରରେ ଦେବଦୂତ୍ତଙ୍କ ଓ୍ଵିକେଟ୍‌ ଭାବେ ପ୍ରଥମ ଝଟକା ଲାଗିଥିଲା। ସେହି ସମୟରେ ଟିମ୍‌ର ସ୍କୋର ୧୩ ରନ୍‌ ଥିଲା। ଦେବଦୂତ ମାତ୍ର ୫ ରନ୍‌ କରି ପାଭଲିଅନ୍‌ ଫେରିଯିବା ପରେ ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିଲେ ବିରାଟ କୋହଲି। କିନ୍ତୁ କୋହଲି ମଧ୍ୟ ୭ ରନ୍‌ ଯୋଡ଼ିବା ପରେ ଅତି ଶସ୍ତାରେ ଆଉଟ୍‌ ହୋଇଥିଲେ। ବାଙ୍ଗାଲୋର ଟିମ୍‌ ୭୧ ରନ୍‌ରେ ୩ୟ ଓ୍ଵିକେଟ୍‌ ଭାବେ ଏବି ଡିଭିଲିୟର୍ସ (୨୪ ରନ୍‌, ୨୪ ବଲ୍‌, ଗୋଟିଏ ଚୌକା, ଗୋଟିଏ ଛକା)ଙ୍କୁ ହରାଇଥିଲା। ସ୍କୋର ୭୬ ରନ୍‌ରେ ହାଇଦ୍ରାବାଦର ୪ର୍ଥ ଶିକାର ହୋଇଥିଲେ ଫିଲିପ୍‌। ସେ ୩୧ଟି ବଲ୍‌ ଖେଳି ୪ଟି ଚୌକା ସହାୟତାରେ ବ୍ୟକ୍ତିଗତ ଭାବେ ୩୨ ରନ୍‌ କରିଥିଲେ।

ବାଙ୍ଗାଲୋର ପାଇଁ ଓ୍ଵାସିଂଟନ୍‌ ସୁନ୍ଦର ୨୧ ରନ୍‌, ଗୁରକିରତ ସିଂହ ଅପରାଜିତ ୧୫ ରନ୍‌, କ୍ରିସ୍‌ ମୋରିସ ୩ ରନ୍‌ କରିଥିଲେ। ହାଇଦ୍ରାବାଦ୍‌ର ସଂଦୀପ ଶର୍ମା ଓ ଜସନ ହୋଲଡରଙ୍କୁ ୨-୨ ଓ୍ଵିକେଟ୍‌ ମିଳିଥିବା ବେଳେ ଟି ନଟରାଜନ୍‌, ସହବାଜନ ନଦୀମ ଓ ରସିଦ୍‌ ଖାନ୍‌ଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।