ଆଇପିଏଲ୍‌-୧୩: କିଙ୍ଗସ୍‌ ଇଲେଭେନ ପଞ୍ଜାବକୁ ୬୯ ରନ୍‌ରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ

ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୦ର ୨୨ତମ ମ୍ୟାଚରେ କିଙ୍ଗସ୍‌ ଇଲେଭେନ ପଞ୍ଜାବକୁ ୬୯ ରନ୍‌ରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ । ଦ୍ବିତୀୟ ପାଳିରେ ପଞ୍ଜାବ ୨୦୨ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ୧୬.୫ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୩୨ ରନ୍‌ କରି ପରାଜୟ ବରଣ କରିଛି ।

ପଞ୍ଜାବ  ଦଳ ପକ୍ଷରୁ ପ୍ରଥମରୁ ଧିମା ବ୍ୟାଟିଂ ଦେଖିବାକୁ ମିଳିଥିଲା । ଓପନର କେ.ଏଲ୍ ରାହୁଲ ୧୧ ରନ୍‌ କରି ଆଉଟ ହୋଇଥିବା ବେଳେ ମୟଙ୍କ ଅଗ୍ରୱାଲ ମାତ୍ର ୯ ରନ୍‌ କରିବାରେ ସକ୍ଷମ ହୋଇଥିଲେ । ଅନ୍ୟପଟେ ନିକୋଲାସ୍ ପୁରନଙ୍କ ଲଢୁଆ ବ୍ୟାଟିଂ ଦେଖିବାକୁ ମିଳିଥିଲା । ‌ସେ ମାତ୍ର ୩୭ ବଲରେ ୭ ଛକା ୫ ଚଉକା ସହାୟତାରେ ୭୭ ରନ୍‌ କରିଥି‌ଲେ କିନ୍ତୁ ଦଳକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ସେହିପରି ହାଇଦ୍ରାବାଦ ପକ୍ଷରୁ ରସିଦ ଖାନ ୩ଟି ୱିକେଟ, ଖଲିଲ ଅହମ୍ମଦ ଓ ଟି ନାଟରାଜନ୍ ୨-୨ଟି ୱିକେଟ ନେଇଥିବା ବେଳେ ଅଭିଷେକ ଶର୍ମା ଗୋଟିଏ ୱିକେଟ ନେଇଥିଲେ । ଏହି ବିଜୟ ସହ ହାଇଦ୍ରାବାଦ ୬ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ୩ୟ ସ୍ଥାନରେ ରହିଛି ।

ପୂର୍ବରୁ ହାଇଦ୍ରାବାଦ ଅଧିନାୟକ ଡେଭିଡ ଓ୍ଵାର୍ନର ଟସ ଜିଣି ବ୍ୟାଟିଂ ନିଷ୍ପତ୍ତି ନେବା ପରେ ସେ ଓ ଜନି ବେୟାରଷ୍ଟୋ ଦଳକୁ ଏକ ଦୃଢ ସ୍କୋର ପ୍ରଦାନ କରିଥିଲେ । ଓ୍ଵାର୍ନର ୫୨ ରନ କରିଥିବା ବେଳେ ବେୟାରଷ୍ଟୋ ୯୭ ରନ କରି ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ସ୍କୋର କରିପାରି ନଥିଲେ । ତେବେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ ହରାଇ ୨୦୧ ରନ କରିଥିଲା ।

ସମ୍ବନ୍ଧିତ ଖବର