ଆଇପିଏଲ : ବାଙ୍ଗାଲୋରକୁ ୯ ଓ୍ବିକେଟରେ ହରାଇଲା ହାଇଦ୍ରାବାଦ

ମୁମ୍ବାଇ : ବ୍ରାବୋର୍ଣ୍ଣ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୩୬ତମ ମ୍ୟାଚରେ ବାଙ୍ଗାଲୋରକୁ ୯ ଓ୍ବିକେଟରେ ପରାସ୍ତ କରିଛି ହାଇଦ୍ରାବାଦ । ବାଙ୍ଗାଲୋର ଦ୍ବାରା ରଖାଯାଇଥିବା ୬୯ ରନର ଛୋଟିଆ ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ ୮ମ ଓଭରରେ ମାତ୍ର ଗୋଟିଏ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳପକ୍ଷରୁ ଅଭିଷେକ ଶର୍ମା ୪୭ ରନ ଓ ଅଧିନାୟକ କେନ ଓ୍ବିଲିୟମସନ ୧୬ ରନ କରିଥିଲେ ।

ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ଆରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ଓ୍ବିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନମାନେ କୌଣସି କମାଲ ଦେଖାଇପାରିନଥିଲେ । ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଜି ପୁଣି ପ୍ରଥମ ବଲରେ ଆଉଟ୍ ହୋଇଥିଲେ । ଏହି ଆଉଟ ସହ ତାଙ୍କର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଦଳ ପକ୍ଷରୁ ସୁୟଶ ପ୍ରଭୁଦେଶାଇ ସର୍ବାଧିକ ୧୫ରନ  କରିଥିଲେ ।

ଏହି ବିଜୟ ସହ ହାଇଦ୍ରାବାଦ ଦଳ ୭ଟି ମ୍ୟାଚରୁ ୫ ବିଜୟ ସହ ୧୦ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୨ୟ ସ୍ଥାନକୁ ଉନ୍ନୀତ ହୋଇଛି ।

ସମ୍ବନ୍ଧିତ ଖବର