ଦିବାରାତ୍ର କ୍ରିକେଟ୍ ମ୍ୟାଚ୍: ନାଇଟ୍ ରାଇଡର୍ସ ବିପକ୍ଷରେ ସୁପର୍ ୱାରିଅର୍ସ ୯ ୱିକେଟ୍‌ରେ ବିଜୟୀ

ଭୁବନେଶ୍ବର: ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆବାସିକ ପରିସର ପଡ଼ିଆରେ ସୀମିତ ଓଭର ଦିବାରାତ୍ର କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେଇ ଯାଇଛି। ଏଥିରେ ମୋଟ୍ ଆଠଟି ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ଖେଳ ନାଇଟ୍ ରାଇଡର୍ସ ଏବଂ ସୁପର୍ ୱାରିଅର୍ସ୍ ମଧ୍ୟରେ ଖୁବ୍ ପ୍ରତିଦ୍ବନ୍ଦିତା ମୂଳକ ହେଇଥିଲା। ସୁପର୍ ୱାରିଅର୍ସ ୯ ୱିକେଟ୍‌ରେ ଏହି ମ୍ୟାଚ୍‌ ବିଜୟ ଲାଭ କରିଥିଲା।

ସମ୍ମାନିତ ଅତିଥି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଆଞ୍ଚଳିକ ପ୍ରବନ୍ଧକ ଦିବ୍ୟେନ୍ଦୁ ଦାସ ଏବଂ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କଟକ ମୁଖ୍ୟ ଶାଖାର ଶାଖା ପ୍ରବନ୍ଧକ ଭବାନୀ ଶଙ୍କର ମହାନ୍ତି ବିଜୟୀ ଦଳକୁ ଚାମ୍ପିଅନ ଟ୍ରଫି ଓ ପରାଜିତ ଦଳକୁ ରାନର୍ସ୍ ଟ୍ରଫି ସହ ୭ ଜଣଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥଲେ।

ଉଦଯାପନୀ ଉତ୍ସବରେ ଆବାସିକ ସଂଘର ସଭାପତି ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତା ଶୁଭେନ୍ଦୁ ତରାଇ, ଅମୂଲ୍ୟ କୁମାର ବେହେରା, ତପନ ପଲ୍, ଶକ୍ତି ରଞ୍ଜନ ପଟ୍ଟନାୟକ, ନିଗମ, ସଂଜୟ ଜେନା, ସରୋଜ୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ। ସତ୍ୟାନନ୍ଦ ନାୟକ ଓ ରାଜେଶ୍ ଦାସ୍ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଉତ୍ସବ ଶେଷରେ ପଦ୍ମଲୋଚନ ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର