ରାଜଧାନୀର କେନ୍ଦ୍ରସ୍ଥଳରେ ପ୍ରତିଷ୍ଠିତ ରାୟାଲ୍ ସଂଘକୁ ପ୍ରଗତି ମିଳିି ନ ଥିଲେ ମଧ୍ୟ ପ୍ରଶଂସା ମିଳୁଛୁ। ସଫଳତାକୁ ନେଇ ଏହାର ମୁଖ୍ୟ ସୁରେନ୍ଦ୍ରନାଥ ଗୌଡ଼ ବେଶ ଖୁସି। କିନ୍ତୁ ଆଜି କାଲିକା ଜିମ୍ ଜମାନାକୁ ନେଇ ସେ ବ୍ୟଥିତ ଓ ଚିନ୍ତିତ। ଆମର ମଲ୍ଟି ଜିମ୍ରେ ବିଶ୍ୱାସ ନାହିଁ କି ରାତାରାତି କାହାରି ଶରୀରକୁ ଗଢ଼ିଦେବାର ପ୍ରତିଶ୍ରୁତି ଦେଉ ନାହିଁ। କୌଣସି ସପ୍ଲିମେଣ୍ଟ୍ କି ପାଉଡର୍ ଖୁଆଇ ଶରୀର ଗଢ଼ିବାଠାରୁ ଆମେ ବହୁ ଦୂରରେ। ଏସବୁ ବଦଭ୍ୟାସ ବ୍ୟକ୍ତିଗତ ଜୀବନ ପାଇଁ ଗ୍ରହଣୀୟ ନୁହେଁ। ମୋ ପିଲା ଯେଉଁଠି ଛିଡ଼ା ହେବେ ନିଶ୍ଚିତ ସ୍ଥାନ ପାଉଛନ୍ତି। ଖାଇବା ଓ ବ୍ୟାୟାମ କରିବାରେ ଆମେ ବିଶ୍ୱାସ ରଖୁ। ନିଜ କଥାରେ ବିଶ୍ୱାସ ରଖିବା ଏବଂ ଅନ୍ୟ କାହାରିକୁ ଅନୁସରଣ ନ କରିବା ଆମ ଆଭିମୁଖ୍ୟ ବୋଲି କହିଥିଲେ ୭୩ ବର୍ଷୀୟ ଶ୍ରୀ ଗୌଡ଼। ଆମ ପରେ ରାଜଧାନୀର ଅନ୍ୟ ଦୁଇ ଅନୁଷ୍ଠାନ ଶକ୍ତି ସଂଘ ଏବଂ ବଉଳଗଡ଼ ପୌର ବ୍ୟାୟାମଶାଳା ଗଠିତ ହୋଇଥିଲା ବୋଲି ମଧ୍ୟ ଶ୍ରୀ ଗୌଡ଼ ପ୍ରକାଶ କରିଥିଲେ। ଆମେ କେବଳ ସୁନ୍ଦରସ୍ୱାସ୍ଥ୍ୟ କ୍ରୀଡ଼ାକୁ ପ୍ରୋତ୍ସାହିତ କରି ଆସିଛୁ। ରାଜଧାନୀର ମଲ୍ଟି ଜିମ୍ ଜମାନାକୁ ଆମେ ଡେଇଁନାହୁଁ। ଏହା ଖେଳ ତୁଳନାରେ ଅଧିକଭାବେ ବ୍ୟବସାୟରେ ମାତିଛନ୍ତି। ଅର୍ଧାଧିକ ମହିଳାଙ୍କ ଦ୍ୱାରା ପରିଚାଳିତ। ଆମେ ନୀତି ଓ ଆଦର୍ଶରେ ବିଶ୍ୱାସ ରଖୁ। ସୁନ୍ଦରସ୍ୱାସ୍ଥ୍ୟରେ ରୁଚି ରଖୁଥିବା ଖେଳାଳିଙ୍କ ଖେଳ ଜୀବନ ସଚ୍ଚୋଟରେ ଗଢ଼ିବା ଏବଂ ସୁସ୍ଥ ରହିବାର ସୁଯୋଗ ଦେବା ମୁଖ୍ୟ ଲକ୍ଷ୍ୟ। କାହା ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଲକ୍ଷ୍ୟ ଥିଲେ ଆମେ ଆଧୁନିକତାର ଚାକଚକ୍ୟରେ ଲମ୍ଫ ଦେଇଥାନ୍ତୁ ବୋଲି ପ୍ରକାଶ କରିଥିଲେ ଶ୍ର ଗୌଡ଼। ଉତ୍କଳ କରାଟେ ସ୍କୁଲ୍ ଭଳି କ୍ରୀଡ଼ା ଅନୁଷ୍ଠାନ ରାଜ୍ୟରେ ଭଲ ସୁଯୋଗ ଆଣୁଛି ଏବଂ ଏଭଳି ହେବା ଉଚିତ୍ ବୋଲି ସେ ମତ ଦେଇଥିଲେ।
ସଚ୍ଚୋଟତା ସୁର ସାର୍ଙ୍କ ଆଭିମୁଖ୍ୟ
/sambad/media/post_attachments/wp-content/uploads/2017/09/sura-bhai.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)