ଭୁବନେଶ୍ବର: ପୂର୍ବତନ ଜାତୀୟ ଚୟନକର୍ତ୍ତା ତଥା ମହାରାଷ୍ଟ୍ର ରଣଜୀ ଦଳର ପୂର୍ବତନ ଅଧିନାୟକ ସୁରେନ୍ଦ୍ର ଭାବେ ଓଡ଼ିଶା ରଣଜୀ ଦଳର ନୂଆ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଗତ ଋତୁରେ ଓଡ଼ିଶା ସହ ଯୋଗଦେଇଥିବା ଦୀନେଶ ମୋଙ୍ଗିଆଙ୍କ ପ୍ରଦର୍ଶନ ସନ୍ତୋଷଜନକ ନଥିଲା। ଏଥିସହ ଶୃଙ୍ଖଳାଗତ କାରଣରୁ ତାଙ୍କ ଚୁକ୍ତିର ନବୀକରଣ କରାଯାଇ ନଥିବା ଓସିଏ ସୂତ୍ରରୁ ଜଣାପଡ଼ିଛି। ଓସିଏର କ୍ରିକେଟ୍ ପରାମର୍ଶଦାତା କମିଟି ଏକାଧିକ ପୂର୍ବତନ ଖେଳାଳିଙ୍କ ସାକ୍ଷାତକାର ନେବା ପରେ ସୁରେନ୍ଦ୍ରଙ୍କ ନାମ ସୁପାରିସ କରିଥିଲା। ମହାରାଷ୍ଟ୍ରର ଏହି ଅଲରାଉଣ୍ଡର୍ ୯୭ ପ୍ରଥମ ଶ୍ରେଣୀ ଓ ୫୧ ଲିଷ୍ଟ ଏ’ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରୁ ସେ ୭୯୭୧ ଓ ୧୮୦୮ ରନ୍ ସଂଗ୍ରହ କରିଥିଲେ। ୧୯୯୨-୯୩ ଋତୁରେ ସୁରେନ୍ଦ୍ରଙ୍କ ନେତୃତ୍ବରେ ମହାରାଷ୍ଟ୍ର ରଣଜୀ ଟ୍ରଫି ଫାଇନାଲ୍ରେ ପହଞ୍ଚିଥିଲା। କିନ୍ତୁ ପଞ୍ଜାବଠୁ ପରାସ୍ତ ହୋଇ ଉପବିଜେତା ହୋଇଥିଲା। ଭାରତୀୟ ଦଳରେ ସେ ସ୍ଥାନ ପାଇ ନଥିଲେ ମଧ୍ୟ ‘ଏ’ ଦଳ ସହିତ ବାଂଲାଦେଶ ଖେଳିବାକୁ ଯାଇଥିଲେ। ୧୪ ବର୍ଷ ପର୍ଯ୍ୟନ୍ତ ମହାରାଷ୍ଟ୍ର ପାଇଁ ଖେଳିବା ପରେ ୨୦୨୧ରେ ଅବସର ଘୋଷଣା କରିଥିଲେ। ପରେ ସେ ପ୍ରଶିକ୍ଷକ ଭାବେ ଦ୍ବିତୀୟ ପାଳି ଆରମ୍ଭ କରିଥିଲେ। ତାଙ୍କ ପ୍ରଶିକ୍ଷଣରେ ମହାରାଷ୍ଟ୍ର ୧୫ ବର୍ଷରୁ କମ୍ ଦଳ ପଲି ଉମ୍ରିଗର ଟ୍ରଫିରେ ବିଜେତା ହୋଇଥିଲା। ଏଥିସହିତ ୨୦୦୫ରେ ମହରାଷ୍ଟ୍ରର ରଣଜୀ ଚୟନକର୍ତ୍ତା ଓ ୨୦୦୮ରେ ଭାରତୀୟ ଦଳର ଚୟନକର୍ତ୍ତା ଭାବେ ସେ କାର୍ଯ୍ୟ କରିଛନ୍ତି।
ସୁରେନ୍ଦ୍ର ଓଡ଼ିଶା ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ
/sambad/media/post_attachments/wp-content/uploads/2024/04/hfkfhkfhkhkfhk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)